ଓଡ଼ିଶାଲାଇଭ୍ ବ୍ୟୁରୋ

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ହେଉଛି ଏକ ପ୍ରକାରର ଫୁଲା ରୋଗ, ଯାହା ସମୟ ସହିତ ମେରୁଦଣ୍ଡ, ହାଡ଼ ଓ ଏହାର ଆଖପାଖ ଗଣ୍ଠି ସମୂହକୁ ପ୍ରଭାବିତ କରିଥାଏ। ଏହି ରୋଗ ହେବା ଦ୍ୱାରା ରୋଗୀର ମେରୁଦଣ୍ଡର ନମନୀୟତା ମଧ୍ୟ ନଷ୍ଟ ହୋଇଚାଲେ। ଫଳରେ ଧୀରେ ଧୀରେ ଲୋକଟିର ଶରୀର ବଙ୍କା ହୋଇଯିବା ସହ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିଥାଏ।

କେଉଁ କେଉଁ ଅଙ୍ଗ ପ୍ରଭାବିତ ହେଇଥାଏ?

ଶରୀରର ମେରୁଦଣ୍ଡ ଓ ପେଲଭିକ୍ ମଧ୍ୟରେ ଥିବା ଜଏଣ୍ଟରେ ଯନ୍ତ୍ରଣା

ଶରୀରର ନିମ୍ନ ଭାଗରେ ଥିବା ମେରୁଦଣ୍ଡର ଅସ୍ଥିଖଣ୍ଡ

କାନ୍ଧର ଜଏଣ୍ଟ ଏବଂ ହିପ୍‌ରେ ଯନ୍ତ୍ରଣା

ଏହି ରୋଗ ବଢ଼ିବା ସହ ଆଖିକୁ ଠିକ୍‌ରେ ଦେଖାଯାଏନା। ଆଖିକୁ ଝାପସା ଦୃଶ୍ୟମାନ ହେବା ସହ ଲାଲ୍ ପଡ଼ିଯାଇଥାଏ।

ଅନେକ ସମୟରେ ପେଟ ଦରଜ ହେବା, ବାରମ୍ବାର ଝାଳଲାଳ ହେବା ଓ ବିଭିନ୍ନ ପ୍ରକାରର ଚର୍ମ ସମସ୍ୟା ଦେଖାଯାଇଥାଏ।

 

ରୋଗ ପଛର କାରଣ?

ଏହି ରୋଗର ସଠିକ୍ କାରଣ ଏଯାଏଁ ଜଣାପଡ଼ିନାହିଁ। ପ୍ରାୟତଃ ବଂଶଗତ ଏବଂ ପରିବେଶର ପ୍ରଭାବରେ ଏହି ରୋଗ ହୋଇଥାଏ।  ଏଚଏଲଏ-ବି ୨୭ ନାମକ ଏକ ଜିନ୍ ଏହି ରୋଗୀମାନଙ୍କଠାରେ ହିଁ ଦେଖାଯାଇଥାଏ।

କିପରି ଚିହ୍ନଟ କରିବେ ଏହି ରୋଗକୁ ?

ଯଦି ନିୟମିତ ଭାବେ ସକାଳୁ ଉଠିବା ସମୟରେ ଅଣ୍ଟା ଯନ୍ତ୍ରଣା ହେଉଥାଏ। କିନ୍ତୁ କିଛି ସମୟ ନିତ୍ୟ କାର୍ଯ୍ୟକଳାପ କରିବାପରେ ଏହି ଯନ୍ତ୍ରଣା କମିଯାଉଥାଏ ତେବେ ଏହା ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ବୋଲି ସନ୍ଦେହ କରାଯାଇପାରେ। ଏହି ପରିସ୍ଥିତିରେ ତୁରନ୍ତ ରିମୋଟଲୋଜିଷ୍ଟଙ୍କ ପରାମର୍ଶ କରାଇନେବା ଉଚିତ୍। ଏଥିପାଇଁ ବିଭିନ୍ନ ପ୍ରକାରର ରକ୍ତ ପରୀକ୍ଷା ମଧ୍ୟ କରାଯାଏ  ଯେପରିକି ଇଏସ୍ଆର, ସି.ଆର.ପି ଓ ଅଣ୍ଟା ଏକ୍ସରେ ଆଦି କରିବାକୁ ପଡ଼ିଥାଏ। ଏହା ବ୍ୟତୀତ ରୋଗର ଚିହ୍ନଟ ପାଇଁ ଏମ୍.ଆର.ଆଇ ଏବଂ ଏଚଏଲଏ-ବି ୨୭ ଜିନର ପରୀକ୍ଷା ମଧ୍ୟ କରାଯାଇଥାଏ।

ରିସ୍କ ଫ୍ୟାକ୍ଟର

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଅଧିକ ଦେଖାଦେଇଥାଏ।

ଏହି ରୋଗ ମୁଖ୍ୟତଃ ୨୦ ରୁ ୪୦ ବର୍ଷ ମଧ୍ୟରେ ଆରମ୍ଭ ହୋଇଥାଏ।

ରୋଗର ଲକ୍ଷଣ କ’ଣ ?

ସକାଳୁ ଉଠିବା ପରେ ପ୍ରାୟ ଏକ ଘଣ୍ଟା ଯାଏ ଅଣ୍ଟା ଦରଜ ରହିବା ।

ରାତିରେ ଶୋଇବା ସମୟରେ ପିଠି ଦରଜ ବଢ଼ିଯିବା।

ବେକ ଦରଜ ହେବା ସହ ବେକ ବୁଲାଇବାରେ ମଧ୍ୟ ଯନ୍ତ୍ରଣା ହେବା ।

ଅନ୍ୟାନ୍ୟ ଗଣ୍ଠି ଯେପରିକି ଜଂଘସନ୍ଧି, ଆଣ୍ଠୁ, କାନ୍ଧ ଓ କହୁଣି ଆଦି ଫୁଲିବା ସହ ଦରଜ ହେବା।

ରୋଗୀର ଗୋଇଠି ଦରଜ ହେବା। ସକାଳୁ ଉଠିବା ପରେ ଭୁଇଁରେ ପାଦ ପକାଇବାରେ କଷ୍ଟ ହେବା।

କ’ଣ ଖାଇବେ ଆଉ କ’ଣ ଖାଇବେନି?

ଶରୀରକୁ ସୁସ୍ଥ ରଖିବା ପାଇଁ କମ୍‌ ଫ୍ୟାଟ୍ ଓ କମ୍ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଏଥିସହିତ ଦୈନନ୍ଦିନ ଜୀବନରେ ଫଳ, ପନିପରିବା, ବିଭିନ୍ନ ଶସ୍ୟଜାତୀୟ ଖାଦ୍ୟ ସହ ସତେଜ ଓ ସୁସ୍ଥକର ଖାଦ୍ୟ ନିୟମିତ ଖାଆନ୍ତୁ।  ଏହି ରୋଗରେ ଆକ୍ରାନ୍ତ ଥିବା ଲୋକମାନେ ଚର୍ବିଜାତୀୟ ଖାଦ୍ୟ ବିଶେଷକରି ଫ୍ୟାଟ୍ ଥିବା ଖାଦ୍ୟ ଖାଇବା ଆବଶ୍ୟକ। ଉଚ୍ଚମାତ୍ରାର କପରଯୁକ୍ତ ଲୁଣ,

ଜିଙ୍କ ଥିବା ଖାଦ୍ୟଠାରୁ ଦୂରେଇ ରହନ୍ତୁ। ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ରର ଶିକାର ହୋଇଥିଲେ ପୋଷକତତ୍ତ୍ୱ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ।

ଏଥିସହିତ ଆଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍ ରେ ଆକ୍ରାନ୍ତ ରୋଗୀ ମଦ୍ୟପାନଠାରୁ ନିଜକୁ ଦୂରେଇ ରଖନ୍ତୁ।

ସେହିଭଳି କ୍ୟାଲିସିୟମ୍ ଯୁକ୍ତ ଖାଦ୍ୟପଦାର୍ଥ ମଧ୍ୟରେ ଦୁଗ୍ଧ ଜାତୀୟ ଉତ୍ପାଦ, କଦଳୀ, ବ୍ରାକୋଲି, ଶସ୍ୟ ଜାତୀୟ ଖାଦ୍ୟ ଓ ଜୁସ୍ ଆଦି ଖାଦ୍ୟ ନିଜର ଖାଇବାରେ  ସାମିଲ କରନ୍ତୁ।

ଶରୀରରେ ଅଧିକ ଓଜନ ହେବା ଦ୍ୱାରା ଜଏଣ୍ଟ ଉପରେ ପ୍ରଭାବ ପଡ଼ିଥାଏ। ସେହିପରି ଓଜନ୍ ଖୁବ୍ କମିଲେ ମଧ୍ୟ ସମସ୍ୟା ଦେଖାଯାଇଥାଏ। ଥକାପଣଠାରୁ ଆରମ୍ଭ କରି ଆନେମିଆ ଓ ଅଷ୍ଟିଓଫୋରୋସିସ୍ ଆଦିର ଆଶଙ୍କା ମଧ୍ୟ ବଢ଼ିଥାଏ।

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ର ରୋଗୀମାନେ ପ୍ରତି ସପ୍ତାହରେ ୨ଥର ମାଂସ ଖାଇପାରିବେ। କାରଣ ମାଂସରେ ଏରାକିଡୋନିକ ଏସିଡ୍ ରହିଥାଏ, ଯାହା ଏହି ରୋଗର ଲକ୍ଷଣ ପାଇଁ ମୁଖ୍ୟତଃ ଦାୟୀ।

Comment