ଓଡ଼ିଶାଲାଇଭ ବ୍ୟୁରୋ

ଆଠଗଡ଼ରେ ଫୁଲୁଛି ମହାନଦୀ। ଗତ ଦୁଇଦିନ ହେବ ଉପରେ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାସହ ଆଜି ହୀରାକୁଦରେ ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଫଳରେ ମହାନଦୀ ଜଳ ସ୍ଥର ବୃଦ୍ଧି ପାଇଛି। ଏହା ଯୋଗୁଁ କଟକ ନରସିଂହପୁରସ୍ଥିତ ମା’ ଭଟ୍ଟାରିକା ମନ୍ଦିର ବନ୍ୟା ଜଳରେ ବୁଡ଼ି ଯାଇଛି।

ସଂପୂର୍ଣ୍ଣ ମନ୍ଦିର ବନ୍ୟା ଜଳ ଘେରରେ ରହିଛି। ଫଳରେ ମା’ଙ୍କ ମୂର୍ତ୍ତିକୁ ନିକଟସ୍ଥ ଏକ ପାହଡ଼ ଉପରେ ରଖି ପୂଜାର୍ଚ୍ଚନା କରାଯାଉଛି। ଏହାସହ ହୁଳାହୁଳା ବ୍ରିଜ ଉପରେ ୫ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ଫଳରେ ତିଗିରିଆ ଓ ସୁବର୍ଣ୍ଣପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଆଜି ସକାଳ ୪ଟାରେ ପୂଜକ ମା’ଙ୍କ ପୂଜା କରିବାକୁ ଯାଇଥିବା ବେଳେ ସେଠାରେ ନଦୀ ପାଣି ବଢ଼ୁଥିବାର ଦେଖି ମା’ଙ୍କ ମୂର୍ତ୍ତିକୁ ସେଠାରୁ ନେଇ ଆସି ପାହାଡ଼ ଉପରେ ରଖି ପୂଜା କରିଥିଲେ। ପ୍ରତିବର୍ଷ ବର୍ଷା ଦିନରେ ଭଟ୍ଟାରିକା ପୀଠରେ ଏଭଳି ସ୍ଥିତି ଦେଖାଯାଇଥାଏ।

Comment