ଓଡ଼ିଶାଲାଇଭ ବ୍ୟୁରୋ

ପ୍ରବଳ ବର୍ଷାରେ ବେହାଲ ହୋଇଛି ପଶ୍ଚିମ ଓଡ଼ିଶା। କଳାହାଣ୍ଡି, ବଲାଙ୍ଗିର ପରେ ବରଗଡ଼ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଲଗାଣ ବର୍ଷା ବର୍ଷା ଓ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି।

ବରଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରପ୍ତ ହୋଇଛି। ପାଇକମାଳ ଓ ପଦ୍ମପୁରରେ ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି।

ଗତକାଲି ସ୍କୁଲ, କଲେଜ ବନ୍ଦ ଥିବାବେଳେ ଆଜି ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ହେଲେ ଶିକ୍ଷକମାନେ  ସ୍କୁଲରେ ରହି ଲୋକମାନଙ୍କୁ ସହାୟତା କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Comment