ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟର ୭ଟି ଜିଲ୍ଲାରେ ଘଡ଼ଘଡ଼ିସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା।

ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଲାଟେଷ୍ଟ ବୁଲେଟିନ୍‌ରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ସତର୍କ କରାଯାଇଛି। ସନ୍ଧ୍ୟା ୭.୧୫ ସୁଦ୍ଧା ଏହି ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମରେ ଜଳସ୍ତର ୬୧୮ ଫୁଟ୍‌ରେ ଟପିଯିବାରୁ ଆଜି ଡ୍ୟାମର ଗେଟ୍‌ ଖୋଲାଯାଇ ପାଣି ଛଡ଼ାଯାଇଛି। ହୀରାକୁଦରୁ ମହାନଦୀକୁ ବନ୍ୟା ଜଳ ଆସିବା ପରେ ବର୍ତ୍ତମାନ ମହାନଦୀର ଜଳ ସ୍ତର ବଢ଼ୁବାରେ ଲାଗିଛି। ଏହାକୁ ନେଇ ତଳମୁଣ୍ଡରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Comment