ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ନାମକ ଦେଶ କିଣିବାକୁ ଆଗ୍ରହୀ ଅଛନ୍ତି। ଏନେଇ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ପରାମର୍ଶଦାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡେନମାର୍କ ଅଧିନରେ ଥିବା ଏହି ଦେଶ ବର୍ଷର ଅଧିକାଂଶ ସମୟ ତୁଷାରାଚ୍ଛନ୍ନ ରହିଥାଏ।

ଆର୍କଟିକ୍ ଓ ଆଟଲାଣ୍ଟିକ୍ ମହାସାଗର ମଧ୍ୟରେ ଥିବା ଏହି ଦେଶର ନାଗରିକ ସଂଖ୍ୟା ହେଉଛି ମୋଟ୍ ୫୭ ହଜାର। ୭.୭୨ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ଦେଶର ରାଜସ୍ୱ ମଖ୍ୟତଃ ପର୍ଯ୍ୟଟକଙ୍କ ଉପରେ ନିର୍ଭରଶୀଳ। ଡେନମାର୍କର ରାଣୀଙ୍କ ନାମରେ ଗ୍ରୀନଲ୍ୟାଣ୍ଡରେ ଶାସନ ଚାଲିଥାଏ।

ଗ୍ରୀନଲ୍ୟାଣ୍ଡବାସୀଙ୍କ ପାଇଁ ଡେନମାର୍କ ସରକାର ବହୁ ଟଙ୍କା ଖର୍ଚ୍ଚ କରୁଥିଲାବେଳେ ସେଠାରୁ ରାଜସ୍ୱ ଆକାରରେ ଡେନମାର୍କ ସରକାର କୌଣସି ଲାଭ ପାଇପାରୁନାହିଁ। ବର୍ତ୍ତମାନ ଟ୍ରମ୍ପ ଏହି ଦେଶକୁ କିଣି ଆମେରିକାର ଅଧିନରେ ରଖିବାକୁ ଚାହୁଁଥିବା କୁହାଯାଉଛି।

ପୂର୍ବରୁ ମଧ୍ୟ ଆମେରିକା ୧୮୬୭ ମସିହାରେ ସୋଭିଏତ୍ ସଂଘଠାରୁ ୭.୨ ନିୟୁତ ଆମେରିକୀୟ ଡଲାରରେ ଆଲାସ୍କା ନାମକ ଅଞ୍ଚଳ କିଣିନେଇଥିଲା। ବର୍ତ୍ତମାନ ଆଲାସ୍କା ଆମେରିକାର ଏକ ଅବିଚ୍ଛେଦ୍ୟ ଅଙ୍ଗ।

କୂଟନୀତିଜ୍ଞଙ୍କ ମତରେ ଆମେରିକା ଏଠାରେ ନିଜର ସାମରିକ ଘାଟି ତିଆରି କରିବାକୁ ଚାହୁଁଥିବା କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ଡେନମାର୍କ ସରକାର ଓ ହ୍ୱାଇଟ୍ ହାଉସ୍ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

Comment