ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ଚାରିପଟୁ ଜବରଦଖଲ ଉଛେଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସେବାୟତ ଏବଂ ପୁରୀ ବାସିନ୍ଦା। ଜରଦଖଲ ଉଛେଦ ହେଲେ ଐତିହ୍ୟ ପ୍ରତି ବିପଦ ଦେଖାଦେବ ବୋଲି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି।

ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଯାଏଁ ଜବରଦଖଲ ଉଛେଦ କରିବାକୁ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିଲା। ଯଦି ୭୫ ମିଟର ଯାଏଁ ଜାଗା ଖାଲି ହୁଏ ତାହାଲେ ବହୁ ମଠ, ମନ୍ଦିର ଭାଙ୍ଗିବାକୁ ପଡ଼ିବ। ଏପରିକି ଶ୍ରୀନଅର ଏବଂ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଭାଙ୍ଗିବାକୁ ପଡ଼ିବ।

ଯଦି ସରକାର ତାଙ୍କ ନିଷ୍ପତ୍ତି ନବଦଳାନ୍ତି ତାହାଲେ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ପୁରୀ ବାସିନ୍ଦା ଓ ସେବାୟତ।

ଜଷ୍ଟିସ୍ ବି ପି ଦାସ କମିଶନଙ୍କ ସୁପାରିଶ ଅନୁସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି କରିବାକୁ କ୍ୟାବିନେଟ୍‌ର ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ଓ ସର୍ଭେ କାର୍ଯ୍ୟ ଲାଗି ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି।

ଜବରଦଖଲ ଉଛେଦରେ କ୍ଷତିଗ୍ରସ୍ତ ଲୋକ ଏବଂ ସଂସ୍ଥାକୁ ଥଇଥାନ ସହ କ୍ଷତିପୂରଣ ଦେବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିଲା।

Comment