ଓଡ଼ିଶାଲାଇଭ ବ୍ୟୁରୋ

ତ୍ରିରଙ୍ଗାକୁ ଅସମ୍ମାନ କରିବା ଯୋଗୁଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ଵନ ହେବାକୁ ପଡ଼ିଛି। ଏଭଳି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ସାରାଡିହା ପ୍ରାଥମିକ ବିଦ୍ୟାଳୟରେ। ଏହି ଘଟଣାରେ ବାଲିଆପାଳ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ଵିତ କରିଛନ୍ତି।

ଅଗଷ୍ଟ ୧୫ ଦିନ ସ୍ଵାଧିନତା ଦିବସ ଅବସରରେ ବାଲିଆପାଳ ବ୍ଲକ ସାରାଡିହା ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସ୍ଵାଧିନତା ଦିବସ ପାଳନ କରାଯାଇଥିଲା। ହେଲେ ସେଠାରେ ଜାତୀୟ ପତାକାକୁ ଅସମ୍ମାନ ହୋଇଥିବାର ଦେଖିବାକୁ ମିଳିଥିଲା। ନିୟମ ଅନୁସାରେ ସୂର୍ଯ୍ୟାସ୍ତ ପରେ ପତାକା କାଢ଼ିବା ଆବଶ୍ୟକ। ଯଦି ଏଭଳି ନକରାଯିବ ତେବେ ଏହା ଜାତୀୟ ପତାକା ପ୍ରତି ଅସମ୍ମାନ ବୋଲି ନିୟମ ରହିଛି।

ତେବେ ସାରାଡିହା ପ୍ରାଥମିକ ବିଦ୍ୟାଳୟରେ ବିଳମ୍ଵିତ ରାତି ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ୁଥିବାର ଦେଖିବାକୁ ମିଳିଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Comment