ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶାର ସଫେଇ କର୍ମଚାରୀ, ମାନୁଆଲ ସ୍କାଭେଞ୍ଜର ଓ ବେକାର ଯୁବକ ଯୁବତୀଙ୍କ ପାଇଁ ମାଗଣା ତାଲିମ୍‌ କାର୍ଯ୍ୟକ୍ରମ କରାଯାଉଛି। ସିପେଟ, ବାମପଡ଼ା, ବାଲେଶ୍ଵରଠାରେ ଏହି କାର୍ଯ୍ୟକ୍ରମ କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନ ବିବରଣୀ ଅନୁସାରେ ଆବେଦନ କରିପାରିବେ।

ପାଠ୍ୟକ୍ରମର ନାମ – ମେସିନ ଅପରେଟର ଆସିସଷ୍ଟାଣ୍ଟ ପ୍ଲାଷ୍ଟିକ ପ୍ରୋସେସିଙ୍ଗ

ସିଟ୍‌ ସଂଖ୍ୟା – ୪୦

ଶିକ୍ଷାଗତ ଯୋଗ୍ୟତା – ଅଷ୍ଟମରୁ ଅଧିକ

ତାଲିମ ଅବଧି – ୩ମାସ

ପାଠ୍ୟକ୍ରମର ନାମ – ମେସିନ ଅପରେଟର ଆସିସଷ୍ଟାଣ୍ଟ ପ୍ଲାଷ୍ଟିକ ଏକ୍ସଟ୍ରସନ୍‌

ସିଟ୍‌ ସଂଖ୍ୟା – ୪୦

ଶିକ୍ଷାଗତ ଯୋଗ୍ୟତା – ଅଷ୍ଟମରୁ ଅଧିକ

ତାଲିମ ଅବଧି – ୩ମାସ

  • ବୟସ ସମୟ ସୀମା – ସର୍ବନିମ୍ନ ୧୮ ବର୍ଷ ଓ ୪୫ ବର୍ଷରୁ ଅଧିକା ହୋଇନଥିବା ଆବଶ୍ୟକ। ଯୋଗ୍ୟ ଆବାସିକା ପ୍ରାର୍ଥୀ/ପ୍ରର୍ଥୀନିମାନଙ୍କ ପାଇଁ ମାଗଣା ରହିବା, ଖାଇବା ଏବଂ ପାଠ ପଢ଼ିବାର ସମସ୍ତ ଖର୍ଚ୍ଚ ଦିଲ୍ଲୀର ଏନଏସକେଏଫଡିସି ବହନ କରିବ।
  • ଯୋଗ୍ୟ ଅଣଆବାସିକା ସଫେଇ କର୍ମଚାରୀ ପ୍ରାର୍ଥୀ/ପ୍ରର୍ଥିନୀମାନଙ୍କ ପାଇଁ ୧୫୦୦ ଟଙ୍କା ମାନୁଆଲ୍‌, ସ୍କାଭେଞ୍ଜର ପ୍ରାର୍ଥୀ ଓ ପ୍ରର୍ଥିନୀମାନଙ୍କ ପାଇଁ ମାସିକ ୩ହଜାର ଟଙ୍କାର ବୃତ୍ତି ବ୍ୟବସ୍ଥା ଅଛି। ଏତିପାଇଁ ୭୫% ଉପସ୍ଥାପନା ରହିବା ଆବଶ୍ୟକ।
  • ପ୍ରାର୍ଥୀ ଓ ପ୍ରର୍ଥିନୀ କିମ୍ଵା ସେମାନଙ୍କ ଅବିଭାବକଙ୍କ ବୃତ୍ତିଗତ ପ୍ରମାଣ ପତ୍ର ଥିବା ଆବଶ୍ୟକ। ଏହି ପ୍ରମାଣପତ୍ର ସ୍ଥାନୀୟ ରାଜସ୍ଵ ନିରୀକ୍ଷକ, ମ୍ୟୁନିସପାଲଟି କାର୍ଯ୍ୟାଳୟ , କ୍ୟାଣ୍ଟନମେଣ୍ଟ ଅଫିସ, ରେଲଓ୍ଵେ କାର୍ଯ୍ୟାଳୟ, ସରକାରୀ ବିଭାଗୀୟର ମୁଖ୍ୟଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଆବଶ୍ୟକ।
  • ଆବେଦନ କରିବାର ପଦ୍ଧତି – ଇଚ୍ଛୁକ ପ୍ରାର୍ଥୀମାନେ ଆବଶ୍ୟକୀୟ ପ୍ରମାଣ ପତ୍ର ସହ ପ୍ରମାଣ ପତ୍ରର ନକଲ ଯଥା ମାର୍କସିଟ, ବୃତ୍ତିଗତ ସାର୍ଟିଫିକେଟ, ଜାତିଗତ ପ୍ରମାଣପତ୍ର, ଆବାସିକା ପ୍ରମାଣପତ୍ର, ଇନକମ୍ ସାର୍ଟିଫିକେଟ ଏବଂ ୪ଟି ରଙ୍ଗିନ ପାସପୋର୍ଟ ସାଇଜ ଫଟୋ ସହ ଆବେଦନ କରିବ। ଆବେଦନ କରିବାର ଠିକଣା ସିପେଟ, ବାମପଡ଼ା ବାଲେଶ୍ଵର। ପରେ ସମସ୍ତ ଅରଜିନାଲ ସାର୍ଟିଫିକେଟ ସହ ୨୮.୦୮.୨୦୧୯ ଦିନ ୧୦ଟାରେ ସାକ୍ଷାତକାର ପାଇଁ ପହଞ୍ଚିବା ଆବଶ୍ୟକ।
  • ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ଏଭଁ ଉପଯୁକ୍ତ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ। ଏଥିପାଇଁ ସିପେଟ କୌଣସି ପ୍ରକାର ପରିବହନ ଖର୍ଚ୍ଚ ବହନ କରିବ ନାହିଁ।
  • ସିପେଟ କତ୍ତୃପକ୍ଷ ଯେକୌଣସି ଆବେଦନକାରୀଙ୍କ ଦରଖାସ୍ତ କାରଣ ନଦର୍ଶାଇ ଖାରଜ କରିପାରିବେ।
  • ଯୋଗାଯୋଗ – ଫୋନ -୦୬୭୮୨-୨୫୫୧୧୨-୧୧୬/୮୯୮୪୦୦୧୦୨୧, ଇମେଲ- apptcbls@gmail.com ଓ୍ଵେବସାଇଟ – cipet.gov.in

Comment