ଓଡ଼ିଶାଲାଇଭ ବ୍ୟୁରୋ

ଖୁଦୁରୁକୁଣି ଓଷା ପାଇଁ ଫୁଲ ତୋଳିବା ହେଲା କାଳ। ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା କିଶନ ନଗର ନିକଟସ୍ଥ ସଫିପୁର ଗାଁରେ। ମୃତକ ଦୁଇ ଜଣ ହେଲେ ସୁଜାତା ଦାସ ଓ ସୁମନ ଦାସ। ସେମାନେ ସମ୍ପର୍କରେ ଦାଦା ଓ ବଡ଼ବାପା ଝିଅ। ଏହି ଘଟଣାରେ ଆଉ ଏକ ଭଉଣୀ ଅଳ୍ପକେ ବର୍ତ୍ତି ଯାଇଛି।

ଆଜି ସକାଳେ ୩ ଭଉଣୀ ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇଥିଲେ। ସେଠାରେ ଶୁକୁପାଇକା ନଦୀରେ ସୁଜାତା ଓ ସୁମନର ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ି ଯାଇଥିଲେ। ଦୁଇଜଣଙ୍କୁ ଗାଁ ଲୋକ ଉଦ୍ଧାର କରି ରଘୁନାଥପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା।

Comment