ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତି ଭାରତୀୟ ନିଜ ଖାଦ୍ୟରେ ଭାତ ଏବଂ ରୁଟି ସାମିଲ କରିଥାନ୍ତି। କିନ୍ତୁ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ କି ଭାତ ଏବଂ ରୁଟି ମଧ୍ୟରୁ କ’ଣ ଖାଇବା ଦେହ ପାଇଁ ଲାଭଦାୟକ।

ରୁଟି ଓ ଭାତ ଶରୀର ପାଇଁ ଅଧିକ ଭଲ କ’ଣ?

ଭାରତୀୟ ନାଗରିକଙ୍କ ପାଇଁ ଭାତ ହେଉଛି ପ୍ରଧାନ ଖାଦ୍ୟ। ଭାରତବର୍ଷରେ ଚାଉଳ ବା ଭାତର ବ୍ୟବହାର ଅଧିକ ହୋଇଥାଏ। ଭାରତୀୟ ଖାଦ୍ୟଶୈଳୀରେ ରନ୍ଧା ଯାଉଥିବା ତରକାରିକୁ ଭାତ ଏବଂ ରୁଟି ସହ ଭୋଜନ କରାଯାଏ। କିନ୍ତୁ ଯେତେବେଳେ ଓଜନ କମାଇବା ବା ଡାଏଟ୍‌ କଣ୍ଟୋଲ୍‌ ବା ଫିଟ୍‌ ରହିବା କଥା ଆସେ ଲୋକମାନେ ବହୁତ ଚିନ୍ତିତ ହୋଇପଡ଼ନ୍ତି। ରୁଟି ଖାଇବା ଆରମ୍ଭ କରିଦିଅନ୍ତି। କିନ୍ତୁ ଲୋକ ଭାବନ୍ତି କି ଭାତ ଖାଇଲେ ଓଜନ ବଢ଼ିଥାଏ।କିନ୍ତୁ ଏ ଧାରଣା ଭୂଲ। ଓଜନ କ୍ୟାଲୋରି ପାଇଁ ବଢ଼ିଥାଏ କିନ୍ତୁ ଭାତରେ କାର୍ବୋହାଇଡ୍ରେଟ୍‌ ଥାଏ। ଜାଣନ୍ତୁ ଭାତ ଓ ରୁଟି ମଧ୍ୟରୁ କ’ଣ ଭଲ?

ରୁଟି ଗହମରୁ ତିଆରି ହୋଇଥାଏ। ଏବଂ ଚାଉଳକୁ ପେଡ଼ା ଯାଇ ସଫା ଚାଉଳ ବାହାର କରାଯାଏ।

ରିଫାଇନ୍‌ ଚାଉଳରେ ପାଖାପାଖି ୩୫ ଗ୍ରାମ୍ କାର୍ବୋହାଇଡେଟ୍‌ ଥାଏ। ଗୋଟେ କପ୍‌ ଚାଉଳରେ ୧୬୫ କ୍ୟାଲୋରି ଏବଂ ୩-୪ଗ୍ରାମ ପ୍ରୋଟିନ୍‌ ଥାଏ।

ଭାତ ଏବଂ ରୁଟିରେ ଗ୍ଲାଇସୋମିନ୍‌ ଇଣ୍ଡେକ୍ସ ସମାନ ପରିମାଣର ଥାଏ। ଏହା ଶରୀରରେ ରକ୍ତଚାପକୁ ସନ୍ତୁଳିତ ରଖିବାରେ ସାହାର୍ଯ୍ୟ କରିଥାଏ।

ଭାତ ଏବଂ ରୁଟିରେ ଆଇରନ୍‌ ସମାନ ମାତ୍ରାରେ ଥାଏ।

ରୁଟିରେ ପୋଷଣ ଭରପୂର ଥାଏ। କିନ୍ତୁ ଏଥିରେ ସୋଡିୟମ୍‌ ବି ଥାଏ।  ପ୍ରତି ୧୨୦ ଗ୍ରାମ ଗହମ ଅଟାରେ ୧୯୦ ମିଲିଗ୍ରାମ ସୋଡିୟମ୍‌ ଥାଏ। କିନ୍ତୁ ଚାଉଳରେ ସୋଡିୟମ୍‌ ନ ଥାଏ।

ଭାତରେ ରୁଟିଠୁ ଅଧିକ ଷ୍ଟାର୍ଚ ପରିମାଣ ଅଧିକ ଥାଏ।

ଭାତରେ ଲୋୟର ଡାଇଟରୀ ଫାଇବର୍‌ ଅଧିକ ଥାଏ। କିନ୍ତୁ ରୁଟିରେ ପ୍ରୋଟିନ୍‌ ଫାଇବର୍‌ ଅଧିକ ଥାଏ।

ରୁଟିରେ ପୋଟାସିୟମ୍‌, ଆଇରନ୍‌, କ୍ୟାଲସିୟମ୍‌  ଏବଂ ଫସ୍‌ଫରସ୍‌ ଥାଏ। ଭାତରେ କ୍ୟାଲ୍‌ସିୟମ୍‌ ନ ଥାଏ।

ଭିଟାମିନ୍‌ ବି ଚାଉଳ ଅପେକ୍ଷା ରୁଟିରେ ଥାଏ।

ରାତିରେ ରୁଟି ଖାଇବା ଭଲ। ଏହା ଜଲଦି ହଜମ ହୋଇଥାଏ।

Comment