ଓଡ଼ିଶାଲାଇଭ ବ୍ୟୁରୋ

ହୀରାକୁଦରେ ପୁଣି ୭ଟି ଗେଟ ଖୋଲାଯାଇଛି। ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦରେ ଆଉ ୭ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।

ଜଳସ୍ତରକୁ ୬୧୯ ରୁ ୬୨୦ ଫୁଟ ରଖିବାକୁ ୭ଟି ଗେଟ ଖୋଲାଯାଇଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୦.୮୭ ଫୁଟ ରହିଛି। ଜଲଭଣ୍ଡାରକୁ ପ୍ରତି ସେଣ୍ଡରେ ୧ଲକ୍ଷ ୭୫ହଜାର ୩୭୨ ଘନଫୁଟ ଜଳ ପ୍ରବେଶ କରୁଛି। ସେହିପରି ପ୍ରତି ସେକେଣ୍ଡରେ ୨ଲକ୍ଷ ୩୭ହଜାର ୯୧୦ ଘନଫୁଟ ଜଳ ନିଷ୍କାସନ ହେଉଛି।

ପୂର୍ବରୁ ୨୦ଟି ଗେଟ ଖୋଲାଯାଇଥିଲା। ପରେ ୧୫ଟି ଗେଟ ବନ୍ଦ କରାଯାଇଥିଲା। ହେଲେ କାଲି ୨ଟି ଗେଟ ଖୋଲାଯାଇଥିଲା। ପୁଣି ଆଜି ୭ଟି ଗେଟ ଖୋଲିବା ସହ ସମୁଦାୟ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଫଳରେ ମହାନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି।

Comment