ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀରରେ ଦେବଦୂତ ସାଜିଲେ ଭାରତୀୟ ବାୟୁସେନା। ତାଓ୍ଵିନଦୀରେ ଫସି ରହିଥିବା ଦୁଇ ମତ୍ସଜୀବୀଙ୍କୁ ଉଦ୍ଧାର କରିଛନ୍ତି ସେନା। ନଦୀ ଭିତରେ ଥିବା କଂକ୍ରିଟ କାନ୍ଥରେ ଅଟକି ରହିଥିଲେ ଦୁଇ ମତ୍ସଜୀବୀ। ପ୍ରାୟ ୧ଘଣ୍ଟା କାଳ ଫସି ରହିବା ପରେ ବାୟୁସେନା ଉଦ୍ଧାର କରିଛି।

ଦୁଇ ମତ୍ସଜୀବୀ ମାଛ ଧରିବାକୁ ନଦୀ ଭିତରକୁ ଯାଇଥିଲେ। ହଠାତ୍‌ ନଦୀକୁ ବନ୍ୟା ଜଳ ମାଡ଼ି ଆସିଥିଲା। ଫଳରେ ନଦୀ ମଧ୍ୟରେ ଥିବା କଂକ୍ରିଟ କାନ୍ଥରେ ଅଟକି ରହିଥିଲେ। ୧ଘଣ୍ଟା ଅଟକି ରହିବା ପରେ ଶେଷରେ ଭାରତୀୟ ବାୟୁସେନା ମାଧ୍ୟମରେ ଉଦ୍ଧାର କରାଯାଇଥିଲା।

ନଦୀ ମଧ୍ୟରେ ଦୁଇ ଯୁବକ ଫସିଥିବା ଜାଣି ଉଦ୍ଧାର କରିବାକୁ ପହଞ୍ଚିଥିଲେ ଭାରତୀୟ ବାୟୁସେନା। ହେଲିକପ୍ଟର ମାଧ୍ୟମରେ ରସିରେ ଜଣେ ଯବାନ ନଦୀରେ ଥିବା କଂକ୍ରିଟ କାନ୍ଥରେ ଓହ୍ଲାଇଥିଲେ। ସେଠାରୁ ତାଙ୍କ ଉଦ୍ଧାର କରି ଲାଇଫ ଜାକେଟ ପିନ୍ଧାଇ ହେଲିକପ୍ଟରରେ ନଦୀ ମଧ୍ୟରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

ଜମ୍ମୁ କଶ୍ମୀରର ଚାରିଆଡ଼େ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ମୁକାବିଲା କରିବାକୁ ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ହୋଇ ଅଛନ୍ତି। ତେବେ ଭାରତୀୟ ବାୟୁସେନାର ଆଜିର ଏହି କାର୍ଯ୍ୟରେ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି।

Comment