ଓଡ଼ିଶାଲାଇଭ ବ୍ୟୁରୋ

ପ୍ରକାଶ ପାଇଛି ଆଇସିସି ଟେଷ୍ଟ ମାନ୍ୟତା। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ପୂର୍ବ ଭଳି ପ୍ରଥମ ସ୍ଥାନରେ ରହିଛନ୍ତି। ହେଲେ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ ତାଙ୍କ ସ୍ଥାନରେ ସୁଧାର ଆଣି ବିରାଟଙ୍କୁ କଡ଼ା ଟକ୍କର ଦେଉଛନ୍ତି। ଏଥିରେ ବିରାଟ ୯୨୨ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଥିବା ବେଳେ ସ୍ମିଥ ୯୧୩ ପଏଣ୍ଟରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।
ଆସେସ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି କେନ ଓ୍ଵିଲିୟମସନ୍ଙ୍କୁ ପଛରେ ପକାଇ ଦ୍ଵିତୀୟ ସ୍ଥାନକୁ ଉଠିଛନ୍ତି ସ୍ମିଥ। ଓ୍ଵିଲିୟମସନ୍ ୮୮୭ ପଏଣ୍ଟ ସହ ତୃତୀୟ ସ୍ଥାନ ଓ ଚେତେଶ୍ଵର ପୂଜାରା ୮୮୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। କୋହଲି ଓ ପୂଜାରାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଟପ୍ ଟେନ୍ରେ ସ୍ଥାନ ପାଇନାହାନ୍ତି।
ସ୍ମିଥ ଓ ବିରାଟଙ୍କ ମଧ୍ୟରେ ମାତ୍ର ୯ ପଏଣ୍ଟର ବ୍ୟବଧାନ ରହିଛି। ବର୍ତ୍ତମାନ ସ୍ମିଥ ଯେଉଁଭଳି ଫର୍ମର ରହିଛନ୍ତି ସେ ବିରାଟଙ୍କୁ ଖୁବଶୀଘ୍ର ଅତିକ୍ରମ କରିପାରନ୍ତି।


















