ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ମହାକାଶ ଅନୁସନ୍ଧାନ କେନ୍ଦ୍ର(ଇସ୍ରୋ)କୁ  ଆଜି ଆଉ ଏକ ସଫଳତା ମିଳିଛି। ଚନ୍ଦ୍ରଯାନ-୨ ୩୦ ଦିନର ଯାତ୍ରା ପରେ ଆଜି ଚନ୍ଦ୍ର କକ୍ଷ ପଥରେ ସଫଳତା ପୂର୍ବକ ପ୍ରବେଶ କରିଛି। ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ ୨ ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା କରୁଛି। ଏହି ସଫଳାତା ପାଇବା ପରେ ଇସ୍ରୋ ଚେୟାରମ୍ୟାନ ଡକ୍ଟର କେ. ଶିବନ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।  କିଭଳି ଭାବେ ଚନ୍ଦ୍ରଯାନ ୨ ଚନ୍ଦ୍ର କକ୍ଷପଥରେ ପହଞ୍ଚିଛି ସେ ସଂପର୍କରେ ସୂଚନା ଦେଇଛନ୍ତି।

‘‘ଚନ୍ଦ୍ରଯାନକୁ ଚନ୍ଦ୍ରକକ୍ଷ ପଥରେ ସଠିକ ଭାବେ ପହଞ୍ଚାଇବା ଏକ କଠିନ ପରୀକ୍ଷା ଥିଲା। ଆମ ଆକଳନ ଅନୁସାରେ ଏକଦମ୍‌ ଠିକ୍‌ ଭାବେ ଚନ୍ଦ୍ରଯାନ ଚନ୍ଦ୍ର କକ୍ଷରେ ପହଞ୍ଚିଛି’’, କହିଛନ୍ତି ଶିବନ।

ଅଗଷ୍ଟ ୩୧ ତାରିଖ ମଧ୍ୟେର ଚନ୍ଦ୍ରଯାନ ଆଉ ୪ ଥର ଚନ୍ଦ୍ର ୪ପଟେ ବୁଲିବ। ଧାର୍ଯ୍ୟ ସମୟ ଅନୁସାରେ ସେପ୍ଟେମ୍ବର ୭ରେ ରାତ୍ରୀ ୧୨ଟା ୫୫ମିନିଟରେ ଚନ୍ଦ୍ରଯାନ ୨ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବ।

Comment