ଓଡ଼ିଶାଲାଇଭ୍ ବ୍ୟୁରୋ

ଦାନ୍ତ ମୂଳରୁ ରକ୍ତ ବାହାରିବା ଏକ ପ୍ରକାର ରୋଗର ଲକ୍ଷଣ। ଦାନ୍ତ ମୂଳ ଅପରିଷ୍କାର ଥିଲେ ତଥା ଭିଟାମିନ୍‌ ସି ଓ ଭିଟାମିନ୍‌ କେ’ର ଅଭାବରେ ଦନ୍ତ ମୂଳରୁ ରକ୍ତସ୍ରାବ ହୁଏ।

ଦାନ୍ତମୂଳରୁ ରକ୍ତସ୍ରାବର ଘରୋଇ ଉପଚାର

ଲୁଣ ପାଣିରେ କୁଳି କରିବା

ଦିନରେ ଦୁଇରୁ ତିନିଥର ଗରମ ପାଣିରେ ଲୁଣ ପକାଇ କୁଳି କଲେ ଦାନ୍ତମୂଳରୁ ରକ୍ତ ଝରିବା କମ୍‍ ହୁଏ। ଏହାଦ୍ୱାରା ଦାନ୍ତମୂଳ ଫୁଲିବା ହ୍ରାସ ହୁଏ।

ମହୁ ମାଲିସ କରିବା

ପ୍ରତିଦିନ କିଛି ମହୁ ଆଙ୍ଗୁଳିରେ ନେଇ ଏହାକୁ ଦାନ୍ତମୂଳରେ ଘସିଲେ ମାଢ଼ିରୁ ରକ୍ତସ୍ରାବ ବନ୍ଦ ହୋଇଯାଇଥାଏ।

ତେଲ ମାଲିସ କରିବା

ନଡ଼ିଆ ତେଲ ମାଲିସ କରିବା ଫଳରେ ମଧ୍ୟ ଦାନ୍ତମୂଳରୁ ରକ୍ତ ଝରିବା ବନ୍ଦ ହୋଇଥାଏ।

ହଳଦୀର ବ୍ୟବହାର

ହଳଦୀକୁ ସୋରିଷ ତେଲ ସହ ମିଶାଇ ଦାନ୍ତମୂଳରେ ମାଲିସ କଲେ ଏଥିରୁ ରକ୍ତଝରିବା ହ୍ରାସ ହୁଏ।

Comment