ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ
  • ୨୪ରେ ବୈଷ୍ଣବ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା
  • ୨୫ରେ ପାଳନ ହେବ ନନ୍ଦ ଉତ୍ସବ
  • ପରିବେଷଣ ହେବ କାଞ୍ଚି ଅଭିଯାନ ନାଟକ

ପ୍ରତିବର୍ଷ ଭଳି ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ ଇସ୍କନ ମନ୍ଦିରରେ ଧୁମ୍‌ଧାମ୍‌ରେ ପାଳନ କରାଯିବ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ। ତିନି ଦିନ ଧରି ପାଳନ ହେବାକୁ ଥିବା ଏହି ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।

ଜନ୍ମାଷ୍ଟମୀ ଉପଲକ୍ଷେ ଅଗଷ୍ଟ ୨୩, ୨୪, ୨୫ ତିନି ଦିନ ଧରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୨୩ ଓ ୨୫ ତାରିଖରେ ଛୋଟ ପିଲା ଏବଂ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ପ୍ରତିଯୋଗିତାର ଆୟୋଜନ କରାଯିବ।

୨୩ ତାରିଖରେ ପଡୁଛି ଜନ୍ମାଷ୍ଟମୀ। ଭୋର୍‌ ୪ଟାରୁ ଆରମ୍ଭ ହେବ ମଙ୍ଗଳ ଆଳତୀ। ସକାଳ ୭ଟା ବେଳେ ଦର୍ଶନ ଆଳତୀ ଓ ଗୁରୁପୂଜା ଅନୁଷ୍ଠିତ ହେବ। ସକାଳ ୭ଟାରୁ ରାତି ୧୨ଟା ଯାଏଁ ଭକ୍ତମାନେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିପାରିବେ।

ସେହିପରି ୨୪ ତାରିଖରେ ବୈଷ୍ଣବ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ଦିନ ସାରା ଭଜନ କୀର୍ତ୍ତନ ଚାଲିବ। ରାତି ୧୨ଟାରେ ଠାକୁରଙ୍କ ମହା ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବହୁତ ସଂଖ୍ୟାରେ ଭକ୍ତମାନେ ଯୋଗ ଦେବେ।

୨୫ ତାରିଖରେ ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟଙ୍କ ଆବିର୍ଭାବ  ଉତ୍ସବ ଏବଂ ନନ୍ଦ ଉତ୍ସବ ପାଳନ କରାଯିବ। ଏହିଦିନ ପ୍ରତିଯୋଗିତାରେ ଭାଗ ନେଇଥିବା ସ୍କୁଲ, କଲେଜ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ। ସନ୍ଧ୍ୟା ୪ଟାରୁ ୭ଟା ଯାଏଁ ଛାତ୍ରଛାତ୍ରୀଙ୍କ ଦ୍ୱାରା ନାଟକ  ପରିବେଷଣ କାର୍ଯ୍ୟକ୍ରମ ରହିଛି।

ଏହାପରେ ଇସ୍କନର ଭକ୍ତମାନେ ‘କାଞ୍ଚି ଅଭିଯାନ’ ନାଟକ ପରିବେଷଣ କରିବେ ବୋଲି ଇସ୍କନର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ମିଶ୍ର ଦାସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here