ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚନ୍ଦ୍ରଯାନ-୨ର ସଫଳ ପରୀକ୍ଷଣ ସହିତ ମହାକାଶ ବିଜ୍ଞାନକୁ ଏକ ଐତିହାସିକ ମୋଡ଼ ଦେବାକୁ ଯାଇ ଭାରତ ବିଶ୍ୱବ୍ୟାପି ପ୍ରଶଂସାର ପାତ୍ର ହୋଇପାରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ର ଏହି ସଫଳ ପରୀକ୍ଷଣ ପାଇଁ ବେଶ୍ ଚର୍ଚ୍ଚିତ ହୋଇପାରିଛି।

ଏହି ପରୀକ୍ଷଣ ଅନେକ ବୈଜ୍ଞାନିକମାନଙ୍କର କଠିନ ଅଧ୍ୟବସାୟର ଦେୟ। ଜଣେ ପରଦା ପଛର ନାୟକ ହୋଇ ଏହି ଐତିହାସିକ ସମୟରେ ନିଜକୁ ସାମିଲ୍ କରି ଓଡ଼ିଆ ପୁଅ ଅଟଳ କୃଷ୍ଣ ଖଟୁଆ ନିଜ ଜନ୍ମ ମାଟି ତଥା ସାରା ରାଜ୍ୟ ପାଇଁ ଗର୍ବ ଆଣିଦେଇଛନ୍ତି।

ଏହି ଯୁବକ ଜଣକ ହେଉଛନ୍ତି ଓଡ଼ିଶାର କେଉଁଝର ଜିଲ୍ଲା ସ୍ଥିତ ମାଗୁରଗଡ଼ିଆ ସାହିର ଜଣେ ବାସିନ୍ଦା। ତାଙ୍କର ବାପା ଅମରବର ଖଟୁଆ ଜଣେ ସର୍ଭେୟର ଏବଂ ମାତା ସରୋଜିନୀ ପୃଷ୍ଟି ଜଣେ ଅଧ୍ୟାପିକା ହିସାବରେ କାର୍ଯ୍ୟରତ।

ଗତ ୬ ବର୍ଷ ହେଲା ଏହି ଯୁବକ ଆନ୍ଧ୍ରପ୍ରଦେଶସ୍ଥିତ ମହାକାଶ ଗବେଷଣା କେନ୍ଦ୍ରରେ ଜଣେ ବୈଜ୍ଞାନିକ ହିସାବରେ ରିଲାଏବୁଲ୍ ୱିଙ୍ଗ୍‌ରେ କାର୍ଯ୍ୟରତ। ମହାକାଶ ଯାନ ଚନ୍ଦ୍ରଯାନ-୨ର ସଫଳ ପରୀକ୍ଷଣ ପଛରେ ଏହି ଓଡ଼ିଆ ଯୁବକଙ୍କର ଏକ ମୁଖ୍ୟ ଭୂମିକା ରହିଥିଲା।

ଅଟଳ କୃଷ୍ଣ ଖଟୁଆଙ୍କୁ ଏହି ମହାକାଶ ଯାନର ତାପମାତ୍ରା ପରିବର୍ତ୍ତନ ସହିତ ଯଥାର୍ଥ ମାତ୍ରାରେ ଇନ୍ଧନ ଯୋଗାଣ ଏବଂ ପ୍ରସ୍ତୁତିର ଦାୟିତ୍ୱ ଦିଆଯାଇଥିଲା। ସେହିପରି କ୍ରାୟୋଜେନିକ୍ ଷ୍ଟେଜ୍‌କୁ ଏହାର ପ୍ରେରଣ କରିବାର ଗୁରୁଦାୟିତ୍ୱ ସେ ତୁଲାଇଥିଲେ। ଏମିତି ଏକ ପ୍ରତିଭାବାନ୍ ବୈଜ୍ଞାନିକ ହିସାବରେ ସେ ଓଡ଼ିଶା ସହିତ ସାରା ଦେଶକୁ ଗୌରବାନ୍ୱିତ କରିଛନ୍ତି।

Comment