ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆର ଅନ୍ତର୍ଜାତୀୟ ଏବଂ ଘରୋଇ ମ୍ୟାଚ୍‌ର ଟାଇଟେଲ୍‌ ସ୍ପନସରସିପ୍‌ ପାଇଁ ପେଟିଏମ୍‌ ନିଜ ଚୁକ୍ତି ବଜାୟ ରଖିଛି। ବୁଧବାର ପେଟିଏମ୍‌ର ମୂଳ କମ୍ପାନି ‘ୱାନ୍ ୯୭ କମ୍ୟୁନିକେଶନ୍ ପ୍ରାଇଭେଟ୍ ଲିମିଟେଡ’ ବିସିସିଆଇ ସହିତ ପୁଣିଥରେ ଏହି ଚୁକ୍ତି ସ୍ୱାକ୍ଷର କରିଛି।

ଚୁକ୍ତି ଅନୁଯାୟୀ, ୨୦୧୯ରୁ ୨୦୨୩ ଘରୋଇ ସିଜନରେ ପେଟିଏମ୍‌ ପକ୍ଷରୁ ମୋଟ ୩୨୬.୮୦ କୋଟି ଟଙ୍କାର ନିଲାମ ଡାକ ଧାର୍ଯ୍ୟ କରିଛି। ସେହିପରି ବିଜେତା ନିଲାମ ଡାକରେ ୩.୮୦ କୋଟି ଟଙ୍କା ରହିଛି, ଯାହା ପୂର୍ବ ମ୍ୟାଚ୍ ତୁଳନାରେ ୫୮% ଅଧିକ।

ଏନେଇ ପେଟିଏମ୍‌ର ସିଇଓ ଓ ଫାଉଣ୍ଡର୍ ବିଜୟ ଶର୍ମା କହିଛନ୍ତି, “ପେଟିଏମ୍‌ ହେଉଛି ଭାରତର ନୂଆ ଜେଡ଼େରେସନର କମ୍ପାନି। ବିସିସିଆଇ-ପେଟିଏମ୍‌ର ପୁନଃଚୁକ୍ତି ନେଇ ଆମେ ଉତ୍ସାହିତ। ଏହା ଦ୍ୱାରା ଭାରତୀୟ କ୍ରିକେଟ୍ ଟିମ୍ ସହ ଆମର ସମ୍ପର୍କ ଆହୁରି ମଜବୁତ ହେବ।”

ପୂର୍ବରୁ ପେଟିଏମ୍ ୨୦୧୫ରେ ଚାରିବର୍ଷ ପାଇଁ ଏହି ରାଇଟ୍ସ ହାସଲ କରିଥିଲା। ବର୍ତ୍ତମାନ ୨୦୨୩ ପର୍ଯ୍ୟନ୍ତ ଏହାକୁ ଆଉ ୪ ବର୍ଷ ବଢ଼ାଇଦିଆଯାଇଛି। ୨୦୧୫ରେ କମ୍ପାନି ପକ୍ଷରୁ ୨୦୩.୨୮ କୋଟି ଟଙ୍କାର ନିମାଲ ଧାର୍ଯ୍ୟ ହୋଇଥିଲା।

Comment