ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥୀ ଅବସରରେ ଶ୍ରୀମନ୍ଦିରରେ ପାରମ୍ପରିକ ରୀତିନୀତିରେ ଆଜି ଶ୍ରୀଜୀଉଙ୍କ ମସ୍ତକରେ ସୁବର୍ଣ୍ଣ ରାହୁରେଖା ଲାଗି ହେବ। ଏହି ନୀତି ସମ୍ପୂର୍ଣ୍ଣ ଗୁପ୍ତ ନୀତି ହୋଇଥିବାରୁ ଏଥିପାଇଁ ଅପରାହ୍‌ଣ ୨ଟାରୁ ସନ୍ଧ୍ୟା ୭ଟା ଯାଏଁ ଦୀର୍ଘ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।

ସ୍ନାନ ପୂର୍ଣ୍ଣିମା ଦିନ ଅଣସର ପିଣ୍ଡିରେ କଢ଼ା ଯାଇଥିବା ସବୁର୍ଣ୍ଣ ରାହୁରେଖାକୁ ଦଇତାପତି ସେବାୟତମାନେ ଆଜି ମହାପ୍ରଭୁଙ୍କ ମସ୍ତକରେ ଲାଗି କରିବେ। ଆଜି ଭୋଗ ମଣ୍ଡପରେ ଏହି ନୀତି ଅନୁଷ୍ଠିତ ହେବ

Comment