ଓଡ଼ିଶାଲାଇଭ୍ ବ୍ୟୁରୋ

ସିବଆଇ ହେପାଜତରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌। ନୂଆଦିଲ୍ଲୀସ୍ଥିତ ବାସଭବନରୁ ସିବିଆଇ ବୁଧବାର ସନ୍ଧ୍ୟାରେ ଚିଦାମ୍ବରଙ୍କୁ ଉଠାଇ ନେଇଛି। ଏବେ ସିବିଆଇ ଅଫିସରେ ଚିଦାମ୍ବରମ୍‌ ଅଛନ୍ତି।

ସିବିଆଇ ନିର୍ଦ୍ଦେଶକ ଆର୍‌ କେ ଶୁକ୍ଲା ଏବେ ଅଫିସ୍‌ରେ ପହଞ୍ଚିଛନ୍ତି। ତେବେ କୌଣସି ମୁହୂର୍ତ୍ତରେ ଚିଦାମ୍ବରମ୍‌ଙ୍କୁ ସିବିଆଇ ଗିରଫ କରିପାରେ।

ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଚିଦାମ୍ବରମ୍‌ ବିବଦୀୟ ହୋଇପଡ଼ିଥିଲେ। ତାଙ୍କୁ ଗିରଫ କରିବା ପାଇଁ ଇଡି ଏବଂ ସିବିଆଇ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିଲା। ହେଲେ ଚିଦାମ୍ବରମ୍‌ ଗତକାଲିଠୁ ଘରେ ନଥିବା କୁହାଯାଉଥିଲା।

ବୁଧବାର ସନ୍ଧ୍ୟାରେ ୨୪ ଘଣ୍ଟା ପରେ ଚିଦାମ୍ବରମ୍‌ ସାମ୍ନାକୁ ଆସିଲେ। କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ନିଜକୁ ନିର୍ଦ୍ଦୋଷ କହିଥିଲେ। ଏହାପରେ ଚିଦାମ୍ବରମ୍‌ ଘରକୁ ଯାଇଥିଲେ।

ସିବିଆଇ ଏବଂ ଇଡି ଅଧିକାରୀ ମଧ୍ୟ ଚିଦାମ୍ବରମ୍‌ଙ୍କ ବାସଭବନ ନିକଟରେ ପହଞ୍ଚିଥିଲେ। ହେଲେ ଗେଟ୍‌ ଖୋଲା ନଥିବାରୁ ସିବିଆଇ ଅଧିକାରୀ ପାଚେରୀ ଡେଇଁ ପଶିଥିଲେ ଏବଂ ଚିଦାମ୍ବରମ୍‌ଙ୍କୁ ସିବିଆଇ ଅଫିସକୁ ଉଠାଇ ନେଇଥିଲେ।

Comment