ଓଡ଼ିଶାଲାଇଭ୍ ବ୍ୟୁରୋ

Heart Attackହାର୍ଟ ଫେଲ୍ୟୁଅର ଏବେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଡାକ୍ତରମାନଙ୍କ ଅନୁସାରେ ୫୦-୫୯ ବର୍ଷ ମଧ୍ୟରେ ପ୍ରାୟ ୧ ପ୍ରତିଶତ ଲୋକ ହାର୍ଟ ଫେଲ୍ୟୁଅରର ଶିକାର ହୋଇଥାନ୍ତି। ବୟସ୍କ ଲୋକଙ୍କ କ୍ଷେତ୍ରରେ ଏହାର ଆଶଙ୍କା ବୃଦ୍ଧିପାଇଥାଏ।

୮୦ ବର୍ଷରୁ ଉଦ୍ଧ୍ୱର୍ ବୟସ ମଧ୍ୟରେ ୫ରୁ ୧୦ ପ୍ରତିଶତ ବ୍ୟକ୍ତି ଏହାର ଶିକାର ହୋଇଥାନ୍ତି । ଅନେକ ରୋଗୀ ମାଲିଗ୍ନାଣ୍ଟ ଆରିଦିମିଆସ (ହୃଦଘାତ) ଯୋଗୁଁ ହଠାତ୍ ମୃତ୍ୟୁବରଣ କରିଥାନ୍ତି। ଏକ ପରିସଂଖ୍ୟାନ ଅନୁସାରେ ୨୦୧୫ରେ ସାରା ବିଶ୍ୱରେ ୪୦ ନିୟୁତ ଲୋକ ହାର୍ଟ ଫେଲ୍ୟୁଅରର ଶିକାର ହୋଇଥିଲେ।

ହାର୍ଟ ଫେଲ୍ୟୁଅର ହେଉଛି ଏକ ଅବସ୍ଥା ଯେଉଁଥିରେ ହୃଦୟ ପର୍ଯ୍ୟାପ୍ତ ମାତ୍ରାରେ ସଙ୍କୋଚନ ପ୍ରସାରଣ ପମ୍ପିଙ୍ଗ୍) କରି ନ ପାରିବାରୁ ଆବଶ୍ୟକୀୟ ରକ୍ତ ସଞ୍ଚାଳନର ମାତ୍ରା କମିଯାଏ। ଏହାଯୋଗୁ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଯଥେଷ୍ଟ ପରିମାଣରେ ରକ୍ତ ପାଇପାରନ୍ତି ନାହିଁ। ହୃଦୟର ମାଂସପେଶୀ ବିଭିନ୍ନ କାରଣରୁ ଦୁର୍ବଳ ହୋଇପଡ଼ିବା ଫଳରେ ଏହି ଅବସ୍ଥା ହୋଇଥାଏ।

ଅନେକ କିନ୍ତୁ ହାର୍ଟ ଫେଲ୍ୟୁଅରର ଅର୍ଥ ହାର୍ଟ ସଂପୂର୍ଣ୍ଣ ଭାବେ କାମ କରିବା ବନ୍ଦ କରିଦେଇଥାଏ ବୋଲି ମନେ କରନ୍ତି, ଯାହାକି ଠିକ୍ ନୁହେଁ। ତେବେ ପ୍ରାୟ ସମସ୍ତ ପ୍ରକାରର ହୃଦେରୋଗ ପରବର୍ତ୍ତୀ ପର୍ଯ୍ୟାୟରେ ହାର୍ଟ ଫେଲ୍ୟୁଅର ଆଡ଼କୁ ଗତି କରିଥାଏ, ତେଣୁ ପ୍ରାରମ୍ଭିକ ଅବସ୍ଥାରେ ଠିକ୍ ଭାବେ ରୋଗ ନିରୂପଣ କରି ଚିକିତ୍ସା କରାଯିବା ଆବଶ୍ୟକ।

 

ଲକ୍ଷଣ: ଧଇଁ ସଇଁ ହେବା, ଚେଷ୍ଟ ପେନ୍(ଛାତିରେ ଯନ୍ତ୍ରଣା), ଖୁବ୍ ଝାଳ ବୋହିବା, ଅତ୍ୟଧିକ ହାଲିଆ ଲାଗିବା, ଶାରିରୀକ ବ୍ୟାୟାମ କରିବାରେ ଅସମର୍ଥତା, ହୃଦସ୍ପନ୍ଦନ ବଢିଯିବା କିମ୍ବା ଅନିୟମିତ ହେବା, ଗୋଡ, ପାଦ, ବଳାଗଣ୍ଠି ଓ ପେଟ ଫୁଲିବା, ରାତ୍ରି ସମୟରେ ବାରମ୍ବାର ପରିସ୍ରା ଲାଗିବା, ଅସ୍ଥିର ଲାଗିବା, କ୍ଷୁଧା ହୀନତା, ବାନ୍ତି ବାନ୍ତି ଲାଗିବା,ଶରୀରରେ ଫୁଲା ଦେଖାଯିବା, ମୂର୍ଚ୍ଛା ହେବା ପ୍ରଭୃତି।

 

Comment