ଓଡ଼ିଶାଲାଇଭ୍ ବ୍ୟୁରୋ

public toilet

 

ପରିସ୍ରାକୁ ବହୁତ ସମୟ ଧରି ଚାପି ରଖିଲେ ପରିସ୍ରା ସଂକ୍ରମଣ ହୋଇପାରେ। ତେଣୁ ପବ୍ଲିକ୍ ଟଏଲେଟ୍ ବ୍ୟବହାର କରିବାକୁ ପଡ଼ିଲେ ଅସହଜ ବୋଧ କରନ୍ତୁ ନାହିଁ । ତେବେ କିଛି କଥା ପ୍ରତି ଧ୍ୟାନ ରଖିବା ଖୁବ୍ ଜରୁରୀ। ନ ହେଲେ ଆପଣ କିଛି ସଂକ୍ରମଣ ଦ୍ୱାରା ପ୍ରଭାବିତ ହୋଇପାରନ୍ତି।

ନୋରୋଭାଇରସ୍ ସଂକ୍ରମଣ: ନୋରୋଭାଇରସ୍ ବହୁତ କ୍ଷତିକାରକ ଏବଂ ସଂକ୍ରାମକ ଭାଇରସ୍। ଏହାଯୋଗୁ ବାନ୍ତି ଏବଂ ଝାଡ଼ା ପରି ସମସ୍ୟା ହୋଇଥାଏ। ନୋରୋଭାଇରସ୍ ଦ୍ୱାରା ସଂକ୍ରମିତ ବ୍ୟକ୍ତିର ସଂପର୍କରେ ଆସିଲେ, ତାଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ସ୍ଥାନ ବା କିଛି ଜିନିଷ ସଂସ୍ପର୍ଶରେ ଆସିଲେ ଏହି ସଂକ୍ରମଣ ବ୍ୟାପିଥାଏ। ବିଶେଷ କରି ସର୍ବସାଧାରଣ ଶୌଚାଳୟରୁ ଏହା ଅଧିକ ବ୍ୟାପେ।

ଷ୍ଟାଫିଲୋକୋସ୍ ଇନଫେକସନ୍: ଏହି ସଂକ୍ରମଣରେ ବ୍ୟାକ୍ଟେରିଆ ଯୋଗୁ ଅନେକ ପ୍ରକାର ରୋଗ ହୋଇଥାଏ। ଏହାଯୋଗୁ ବ୍ୟକ୍ତିଜଣକ ବହୁ ମାସ ଧରି ଅସୁସ୍ଥ ରହିଥାନ୍ତି। ସବୁଠାରୁ ଜରୁରୀ କଥା ହେଲା ଏହି ସଂକ୍ରମଣ ସଂପର୍କରେ ସହଜରେ ଧରାପଡ଼େନାହିଁ। ସଂକ୍ରମିତ ବ୍ୟକ୍ତି ଟଏଲେଟ୍ ଯାଇଥିଲେ ଟଏଲେଟ୍ ସିଟ୍ ମାଧ୍ୟମରେ ଏହି ସଂକ୍ରମଣ ବ୍ୟାପେ।

ଷ୍ଟ୍ରେପକୋକସ୍ ସଂକ୍ରମଣ: ଏହାକୁ ଷ୍ଟ୍ରେପ୍ ସଂକ୍ରମଣ ବୋଲି ମଧ୍ୟ କୁହାଯାଏ ଯାହାକି ଏକ ପ୍ରକାର ବ୍ୟାକ୍ଟେରିଆ। ଏହା ଅସନା ଶୌଚାଳୟ ବ୍ୟବହାର ଦ୍ୱାରା ବ୍ୟାପେ। ଏହାଯୋଗୁ ଷ୍ଟ୍ରେପ ଥ୍ରୋଟ(ଗଳା ସଂକ୍ରମଣ), ଜ୍ୱର, ତ୍ୱଚାର ସଂକ୍ରମଣ, ପରିସ୍ରା ସଂକ୍ରମଣ, ରକ୍ତ ସଂକ୍ରମଣ ଏବଂ ନିମୋନିଆ ବି ହୋଇପାରେ।

stomach pain

ହେପାଟାଇଟିସ୍ ଏ ସଂକ୍ରମଣ
ସର୍ବସାଧାରଣ ଶୌଚାଳୟ ବ୍ୟବହାର ଦ୍ୱାରା ଯେତେପ୍ରକାର ସଂକ୍ରମଣ ହୁଏ ହେପାଟାଇଟିସ୍ ଏ ସେଥିମଧ୍ୟରୁ ମୁଖ୍ୟ। ଜ୍ୱର, ବାନ୍ତି, ପେଟ କାଟି ହେବା ଇତ୍ୟାଦି ଏହାର ଲକ୍ଷଣ। ଏହି ସଂକ୍ରମଣ ଲୋକଙ୍କର ଝାଡ଼ା ଦ୍ୱାରା ବ୍ୟାପେ। ଶୌଚ ପାଇଁ ଗୋଟିଏ ବାଲଟି ବା ମଗ୍ ବ୍ୟବହାର କଲେ ଏହି ଆଶଙ୍କା ବଢ଼େ।

ଇ-କୋଲାଇ ସଂକ୍ରମଣ
ଅସନା ଶୌଚାଳୟ ଦ୍ୱାରା ହେଉଥିବା ସଂକ୍ରମଣ ମଧ୍ୟରେ ଇ-କୋଲାଇ ବ୍ୟାକ୍ଟେରିଆ ସଂକ୍ରମଣ ଅନ୍ୟତମ। ଏହାଯୋଗୁ ଝାଡ଼ାରେ ରକ୍ତ ପଡ଼ିବା, ପେଟ କାଟି ହେବା, ବାନ୍ତି ଭଳି ସମସ୍ୟା ହୋଇଥାଏ। ଆଣ୍ଟିବାଇଓଟିକର କୋର୍ସ ଖାଇବା ପରେ ଏଥିରୁ ରକ୍ଷା ମିଳେ।

ଯୌନ ରୋଗ/ଏସଟିଡି: ସର୍ବସାଧାରଣ ଶୌଚାଳୟ ବ୍ୟବହାର କରିବା ଦ୍ୱାରା ଯୌନ ରୋଗ ବା ଏସଟିଡି ମଧ୍ୟ ବ୍ୟାପିଥାଏ। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ।

toilet-paper

କ’ଣ କରିବେ?
-ବ୍ୟାଗରେ ସବୁବେଳେ ଡେଟଲ୍, ହ୍ୟାଣ୍ଡୱାସ୍, ହ୍ୟାଣ୍ଡ ସାନିଟାଇଜର୍, ଟଏଲେଟ୍ ପେପର୍, ଟଏଲଟ୍ ସିଟ୍‌ ସାନିଟାଇଜର୍‌ ଭଳି ସାମଗ୍ରୀ ରଖନ୍ତୁ। ପବ୍ଲିକ୍ ଟଏଲେଟ୍ ଯିବାକୁ ପଡ଼ୁଥିଲେ ପ୍ରଥମେ ଡେଟଲ୍ ପକାଇ କିଛି ସମୟ ଅପେକ୍ଷା କରନ୍ତୁ। ପରେ ତାକୁ ବ୍ୟବହାର କରନ୍ତୁ।

-ପବ୍ଲିକ୍ ଟଏଲେଟ୍ ବ୍ୟବହାର କରୁଥିଲେ ତାର କବାଟ, ହ୍ୟାଣ୍ଡଲକୁ ଖାଲି ହାତରେ ନଛୁଇଁ ଏକ ପେପର ବ୍ୟବହାର କରନ୍ତୁ। କାରଣ ଅନ୍ତରେ ହେଉଥିବା ଅଧିକାଂଶ ସଂକ୍ରମଣ ହାତରୁ ମୁହଁକୁ ଯାଉଥିବା ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ।

keep your hand clean with sanitizer

-ସେହିପରି ଟଏଲେଟ୍ ବ୍ୟବହାର ପରେ ହାତକୁ ଭଲ ଭାବେ ସଫା କରନ୍ତୁ। ପରେ ହ୍ୟାଣ୍ଡ ସାନିଟାଇଜର ଲଗାନ୍ତୁ। ଧ୍ୟାନ ରଖନ୍ତୁ ଆପଣ ପିନ୍ଧିଥିବା ଲୁଗା ଯେପରି କୌଣସି ମତେ ଟଏଲେଟରେ ନ ବାଜିବ।

-ଟଏଲେଟ୍ ସିଟ୍ ଉପରେ ବସି ମୋବାଇଲ୍ ବ୍ୟବହାର କରିବାର ଅଭ୍ୟାସ ଅନେକଙ୍କର ରହିଛି। ପ୍ରକୃତରେ କିନ୍ତୁ ଏହାଦ୍ୱାରା ଇ-କୋଲାଇ ଏବଂ ସାଲମୋନେଲା ବ୍ୟାକ୍ଟେରିଆର ସଂକ୍ରମଣ ହୋଇପାରେ। ଏହି ଭାଇରସ ଆପଣଙ୍କର ଲିଭରକୁ ନଷ୍ଟ କରିବା ସହିତ ଅନେକ ପ୍ରକାର ରୋଗର କାରଣ ହୋଇପାରନ୍ତି। ତେଣୁ ଟଏଲେଟକୁ କେବେହେଲେ ମୋବାଇଲ୍ ନେଇ ଯାଆନ୍ତୁ ନାହିଁ।

Comment