ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ 5-T କାର୍ଯ୍ୟକାରୀ ନେଇ ପ୍ରାୟ ସବୁ ବିଭାଗ ନିଜ ନିଜର ଖସଡ଼ା ପ୍ରସ୍ତୁତ କରି ସାରିଲେଣି। ଯେଉଁ ସବୁ ବିଭାଗ ଖସଡ଼ା ପ୍ରସ୍ତୁତ କରି ନାହାନ୍ତି ସେମାନଙ୍କ ପାଇଁ ସେପ୍ଟେମ୍ବର ୧୫ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଏ ନେଇ ସବୁ ବିଭାଗର ସଚିବଙ୍କୁ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି।

୨୦୨୦ ଅଗଷ୍ଟ ୧୫ ସୁଦ୍ଧା ସରକାରଙ୍କ ସବୁ ସେବା ଅନଲାଇନରେ ଉପଲବ୍ଧ ହେବ। ଯେଉଁ କର୍ମଚାରୀମାନେ ଏହା କାର୍ଯ୍ୟକାରୀ କରିବେ ସେମାନଙ୍କ ପ୍ରଦର୍ଶନ ମାପିବାକୁ ଜାନୁଆରୀ ପହିଲାରୁ ଏକ ନୀତି ବା ଗାଇଡ଼ଲାଇନ ଲାଗୁ ହେବ ବୋଲି ଜଣାପଡ଼ିଛି। ଆହୁରି ମଧ୍ୟ ବାର୍ଷିକ ବେତନ ବୃଦ୍ଧି ସମୟରେ କର୍ମଚାରୀଙ୍କ ୫ଟି ପ୍ରଦର୍ଶନକୁ ବିଚାରକୁ ନିଆଯାଇ ଇଂକ୍ରିମେଣ୍ଟ ସ୍ଥିର ହେବ।

ମୂଲ୍ୟାୟନ ବେଳେ 5-T ପାଇଁ ୨୦ ପ୍ରତିଶତ ନମ୍ବର ରଖାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ମୋ’ ସରକାର ଯୋଜନାରେ ଲୋକଙ୍କ ହାତ ପାଆନ୍ତାରେ ସେବା ଯୋଗାଇବା ପାଇଁ ଖସଡ଼ା ପ୍ରସ୍ତୁତ ଉପରେ ଏବେ ଅଧିକ  ଗୁରୁତ୍ୱ ଦିଆଯାଉଛି।

ସେହିଭଳି ଅଗଷ୍ଟ ୩୧ ସୁଦ୍ଧା ଖାରବେଳ ଭବନ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ବିଭାଗଗୁଡ଼ିକୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ କହିଛନ୍ତି।  ଅକ୍ଟୋବର ମାସ ଶେଷ ସୁଦ୍ଧା ନିର୍ଦ୍ଦେଶାଳୟଗୁଡ଼ିକ ନିଜ ନିଜ  ବିଭାଗ ସହ ମିଶିବେ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି।

Comment