ଓଡ଼ିଶାଲାଇଭ୍ ବ୍ୟୁରୋ

ହାର୍ଟ ଫେଲ୍ୟୁଅର ହେଉଛି ଏକ ଅବସ୍ଥା ଯେଉଁଥିରେ ହୃଦୟ ପର୍ଯ୍ୟାପ୍ତ ମାତ୍ରାରେ ସଙ୍କୋଚନ ପ୍ରସାରଣ ପମ୍ପିଙ୍ଗ୍ କରି ନ ପାରିବାରୁ ଆବଶ୍ୟକୀୟ ରକ୍ତ ସଞ୍ଚାଳନର ମାତ୍ରା କମିଯାଏ। ଏହାଯୋଗୁଁ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଯଥେଷ୍ଟ ପରିମାଣରେ ରକ୍ତ ପାଇପାରନ୍ତି ନାହିଁ। ହୃଦୟର ମାଂସପେଶୀ ବିଭିନ୍ନ କାରଣରୁ ଦୁର୍ବଳ ହୋଇପଡ଼ିବା ଫଳରେ ଏହି ଅବସ୍ଥା ହୋଇଥାଏ।

କାରଣ:

ହାର୍ଟ ଫେଲ୍ୟୁଅରର ମୁଖ୍ୟ କାରଣ ହେଲା କୋରୋନାରୀ ଆଟେରୀ ଡିଜିଜ୍(ସିଏଡି), ଯେଉଁଥିରେ ହୃଦୟକୁ ରକ୍ତ ଏବଂ ଅମ୍ଳଜାନ ସଂଚାଳନ କରୁଥିବା ରକ୍ତବାହୀ ନଳୀ (ଆଟେରୀ) ମାନେ ସଙ୍କୁଚିତ ହୋଇଯାଇଥାନ୍ତି। ଏହାଛଡ଼ା ମଧ୍ୟ ହାର୍ଟ ଫେଲ୍ୟୁଅରର ଅନେକଗୁଡ଼ିଏ କାରଣ ରହିଛି।

ଯେପରିକି କାର୍ଡିଓମାୟୋପାଥି (ହୃଦୟର ମାଂସପେଶୀ ଦୁର୍ବଳ ହୋଇଯିବା), କନଜେଟିନାଲ ହାର୍ଟ ଡିଜିଜ୍(ଜନ୍ମଗତ ହୃଦେରୋଗ), ହାର୍ଟ ଆଟାକ୍(ହୃଦଘାତ), ରକ୍ତହୀନତା, ଅତ୍ୟଧିକ ମଦ୍ୟପାନ, ଧୂମପାନ, ଅତ୍ୟଧିକ ମାନସିକ ଚାପ, ଉଚ୍ଚ ରକ୍ତଚାପ, ଡାଇବେଟିସ୍, ମେଦ ବହୁଳତା, ଅତ୍ୟଧିକ ଚିନି, ଲୁଣ ତଥା ତେଲମସଲାଯୁକ୍ତ ଖାଦ୍ୟ ଖାଇବା, ପରିଶ୍ରମ ନ କରି ଚର୍ବି ଜାତୀୟ ଖାଦ୍ୟ ଖାଇଚାଲିବା। ଯଦି ଆପଣ ଏହା ମଧ୍ୟରୁ କୌଣସି ଲକ୍ଷଣକୁ ଅନୁଭବ କରନ୍ତି ତା’ ହେଲେ ଜଣେ ଅଭିଜ୍ଞ କାର୍ଡିଓଲୋଜିଷ୍ଟଙ୍କ ପରାମର୍ଶ ନିଅନ୍ତୁ।

Comment