ଓଡ଼ିଶାଲାଇଭ ବ୍ୟୁରୋ

ବଜ୍ରାଘାତ ଯୋଗୁଁ ରାଜ୍ୟ ବିଭିନ୍ନ ସ୍ଥାନରେ ୪ଜଣଙ୍କ ମୃତ୍ୟୁ ହୋଇଛି। ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ଲାଗି ରହିଛି। ଏହା ମଧ୍ୟରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ବଜ୍ର ପଡ଼ି ଅକାଳରେ ୪ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବରକନ୍ଦା ଗାଁର ଗନ୍ଦୁଆ ରାଉତ ନାମକ ଜଣେ ବ୍ୟକ୍ତି ନିଜ ବିଲରେ କାମ କରୁଥିବା ବେଳେ ବଜ୍ର ମାଡ଼ ଯୋଗୁଁ ବିଲରେ ଅଚେତ ହୋଇଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି କଟକ ଜିଲ୍ଲା ମାହାଙ୍ଗାରେ ବଜ୍ର ପଡ଼ି ୩ଜଣଙ୍କ ମୃତ୍ୟ ହୋଇଛି। ମୃତକମାନେ ହେଲେ ମାହାଙ୍ଗାର ଭେଡ଼ା, ଲଖନପୁର, ଲଳିତଗିରି ଅଞ୍ଚଳର। ସେମାନଙ୍କୁ ଚିକିତ୍ସା ପାଇଁ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Comment