ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ରିମାଣ୍ଡ ଅବଧି। ସିବିଆଇ ତାଙ୍କୁ ଆଜିଠୁ ଆଉ ୪ ଦିନ ରିମାଣ୍ଡରେ ନେଇଛି। ୩୦ ତାରିଖ ଯାଏଁ ଚିଦାମ୍ବରମ୍‌ ସିବିଆଇ ହେପାଜତରେ ରହିବେ।

ପି ଚିଦାମ୍ବରମ୍‌ଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ ରାଉଜ ଏବିନ୍ୟୁ କୋର୍ଟରେ ଅନୁମତି ମାଗିଥିଲା। କୋର୍ଟ ସିବିଆଇକୁ ରିମାଣ୍ଡ ଅନୁମତି ଦେଇଥିଲେ। ଆଜି ଚିଦାମ୍ବରଙ୍କ ୫ ଦିନିଆ ରିମାଣ୍ଡ ଶେଷ ହୋଇଥିଲା।

ସିବିଆଇ ପୁଣି ଥରେ ଚିଦାମ୍ବରମ୍‌ଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲେ। କୋର୍ଟ ୪ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି। ୩୦ ତାରିଖରେ ସିବିଆଇ ତାଙ୍କୁ କୋର୍ଟରେ ହାଜର କରିବ।

ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପି ଚିଦାମ୍ବରମ୍‌ଙ୍କୁ ଗିରଫ କରିଛି ସିବିଆଇ।

Comment