ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କ ଜାମିନ ଆବେଦନ ଉପରେ ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି ହେବ। ଏହାସହ ଆଜି ଚିଦାମ୍ବରମଙ୍କ ସିବିଆଇ ରିମାଣ୍ଡ ଶେଷ ହେବ।

ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଆବେଦନ ଖାରଜ ହେବା ପରେ ଚିଦାମ୍ବରମ୍‌ ଆଗୁଆ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଏହି ଶୁଣାଣି ଗତ ୨୩ ତାରିଖରେ ହେବାକୁ ଥିଲା। କିନ୍ତୁ ତାହା ଘୁଞ୍ଚାଯାଇ ଆଜି ଧାର୍ଯ୍ୟ କରାଯାଇଛି।

ଜଷ୍ଟିସ୍‌ ଆର୍‌ ବାନୁମତି ଓ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନାଙ୍କ ମିଳିତ ଖଣ୍ଡପୀଠରେ ଏହି ଶୁଣାଣି ହେବ।

ଅଗଷ୍ଟ ୨୧ ତାରିଖରେ ଚିଦାମ୍ବରମ୍‌ଙ୍କୁ ଗିରଫ କରାଯାଇଥିଲା। ଆଇଏନ୍‌ଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ନେଇ ବିବାଦୀୟ ହୋଇପଡ଼ିଥିଲେ ପି ଚିଦାମ୍ବରମ୍ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌। ୨୦୦୭ରେ ଚିଦାମ୍ବରମ୍‌ ଅର୍ଥ ମନ୍ତ୍ରୀ ଥିବା ବେଳେ ଆଇଏନ୍‌ଏକ୍ସ ମିଡିଆରେ ବିଦେଶୀ ପୁଞ୍ଜି ନିବେଶ ହୋଇଥିବା ଅଭିଯୋଗ ହୋଇଥିଲା।

୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶ ପାଇଁ ଅନୁମତି ଥିବା ବେଳେ ଆଉ ୩୦୦ କୋଟି ଟଙ୍କା କେମିତି ନିବେଶ ହେଲା ତାକୁ ନେଇ ଚିଦାମ୍ବରମ୍‌ ଇଡି ଏବଂ ସିବିଆଇ ସ୍କାନରରେ ରହିଥିଲେ।

Comment