ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ଭାରତ-ପକିସ୍ତାନ ଭିତରେ ଅନେକ ଦ୍ୱିପାକ୍ଷିକ ସମସ୍ୟା ରହିଛି। ସେଥିମଧ୍ୟରୁ କଶ୍ମୀର ହେଉଛି ଅନ୍ୟତମ। ଏହା ଆମ ଦୁଇ ଦେଶର ପ୍ରସଙ୍ଗ। ଅନ୍ୟ ଦେଶର ହସ୍ତକ୍ଷେପ ଆମେ ଚାହୁଁନୁ।’’

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫ୍ରାନ୍ସର ବିଏର୍ଜ ସହରରେ ଅନୁଷ୍ଠିତ ଜି-୭ ଶୀଖର ସମ୍ମିଳନୀ ପରେ ଟ୍ରମ୍ପ ଓ ମୋଦିଙ୍କ ଭିତରେ ସାକ୍ଷାତ ଆଲୋଚନା ହୋଇଥିଲା।

ଆଲୋଚନା ପରେ ମୋଦି ଏବଂ ଟ୍ରମ୍ପ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ।

ଟ୍ରମ୍ପ୍‌ କହିଥିଲେ, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କଶ୍ମୀରରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସେଠାରେ ସ୍ଥିତି ସ୍ୱାଭାବିକ ହେଉଛି। ତୃତୀୟ ପକ୍ଷର ହସ୍ତକ୍ଷେପକୁ ସେ ଚାହୁଁ ନାହାନ୍ତି।’’

Comment