ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି।

ପୂର୍ବତନ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି  ଚିଦାମ୍ବରମ ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରିଥିଲେ ତାକୁ ଖାରଜ କରିଛନ୍ତି କୋର୍ଟ।

କୋର୍ଟଙ୍କ କହିବା ଅନୁସାରେ ଚିଦାମ୍ବରମଙ୍କୁ ସିବିଆଇ ଆଗରୁ ଗିରଫ କରିଥିବାରୁ ସେହି ଆବେଦନର କିଛି ମୂଲ୍ୟ ନାହିଁ  କହିବା ସହ ଆବେଦନକୁ ଗ୍ରହଣ କରିବାକୁ ମନା କରିଛନ୍ତି। ଥି ସହ ସୁପ୍ରିମକୋର୍ଟ  ଚିଦମ୍ବରମଙ୍କୁ ନିୟମିତ ଜାମିନ ଲାଗି  ତାଙ୍କ ମାମଲାର ଶୁଣାଣି କରୁଥିବା କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି।

ଆଇଅନଏକସ୍ ମିଡିଆ ମାମଲାରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଖାରଜ କରିଦେଇଥିଲେ। ଯାହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Comment