ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୫ ମାସ ଥିବା ବେଳେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଭିନ୍ନ ଭିନ୍ନ ଘୋଷଣା କରି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ନିକଟରେ ଡିଟିସି ବସ୍‌ରେ ଯାତ୍ରା ମହିଳାଙ୍କ ପାଇଁ ମାଗଣା କରିଦେଇଥିବା ବେଳେ ଏବେ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍।

ପାଣି ବିଲ୍‌ ବିଳମ୍ବରେ ଭରୁଥିଲେ ତା’ଉପରେ ଲାଗୁଥିବା ଚାର୍ଜେସ୍‌କୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ହଟାଇ ଦେଇଛନ୍ତି। ତେବେ ତାହା କେବଳ ଆସନ୍ତା ନଭେମ୍ବର ୩୦ ଯାଏଁ।

ମଙ୍ଗଳବାର ଦିଲ୍ଲୀ ସଚିବାଳୟରେ ପ୍ରେସମିଟ୍ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି,”ନଭେମ୍ବର ୩୦ ଯାଏଁ ପାଣି ଉପରେ ଥିବା ଏହି ବଳକା ବିଲ ପାଇଁ ଲୋକଙ୍କୁ ଆଉ ଟଙ୍କା ଦେବାକୁ ପଡ଼ିବନି। ଯେଉଁ ଲୋକମାନଙ୍କ ଘରେ ଚାଲୁ ମିଟର ଅଛି ସେମାନଙ୍କୁ ଏହି ସୁବିଧା ମିଳିବ। ଯେଉଁମାନଙ୍କ ଘରେ ନାହିଁ ସେମାନେ ୩୦ ନଭେମ୍ବର ଭିତରେ ମିଟର ଲଗେଇ ଏହି ସୁବିଧା ପାଇପାରିବେ।”

କେଜ୍ରିୱାଲ୍ ସରକାରକୁ ଆସିବା ପୂର୍ବରୁ ଦିଲ୍ଲୀର ୫୮ ପ୍ରତିଶତ ଅଞ୍ଚଳରେ ପାଣି ପାଇପ୍ ଲାଇନ୍ ବିଛା ଯାଇଥିଲା। ବର୍ତ୍ତମାନ ୯୩ ପ୍ରତିଶତ ଅଞ୍ଚଳରେ ପାଇପ୍ ଲାଇନ୍ ବିଛାଇବା କାମ ସରିଛି। ସରକାରଙ୍କ ପ୍ଲାନିଙ୍ଗ୍ ଅନୁସାରେ ଏବେ ଦିଲ୍ଲୀବାସୀଙ୍କୁ ୨୪ ଘଣ୍ଟା ପାଣି ଯୋଗାଇ ଦିଆଯିବ।

Comment