ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ଇସ୍ରୋକୁ ମିଳିଛି ଆଉ ଏକ ସଫଳତା। ବୁଧବାର ସକାଳେ ଚନ୍ଦ୍ରଯାନ ୨ ସଫଳତା ପୂର୍ବକ ଚନ୍ଦ୍ରର ତୃତୀୟ କକ୍ଷରେ ପ୍ରବେଶ କରିଛି।

ଆଗାମୀ ଦୁଇ ଦିନ ଚନ୍ଦ୍ରର କକ୍ଷପଥରେ ବୁଲିବ ଚନ୍ଦ୍ରଯାନ-୨। ଅଗଷ୍ଟ ୩୦ ତାରିଖରେ  ଚତୁର୍ଥ କକ୍ଷପଥରେ ଚନ୍ଦ୍ରଯାନ ୨ ପ୍ରବେଶ କରିବ।

ସେପ୍ଟେମ୍ବର ୧ ତାରିଖରେ ପଞ୍ଚମ କକ୍ଷ ପଥରେ ପ୍ରବେଶ କରିବା ପରେ ୨ ତାରିଖରେ ଚନ୍ଦ୍ରଯାନ-୨ରୁ ଅଲଗା ହେବ ଲାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ। ୪ ତାରିଖରେ ଚନ୍ଦ୍ରର ସବୁଠୁ ନିକଟକୁ ଆସିବ ଲାଣ୍ଡର। ୭ ତାରିଖରେ ଚନ୍ଦ୍ରରେ ଲାଣ୍ଡିଙ୍ଗ କରିବ ଚନ୍ଦ୍ରଯାନ ୨।

Comment