ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଅପରାହ୍‌ଣରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକକ ପାଣିପାଗ ବିଭାଗ ରାଜ୍ୟର ୧୫ଟି ଜିଲ୍ଲାକୁ ସତର୍କ ଜାରି କରିଛି।

ପାଣପାଗ ବିଭାଗର ଲାଟେଷ୍ଟ ବୁଲେଟିନ୍‌ ଅନୁଯାୟୀ, ଅପରାହ୍‌ଣ ୪.୩୦ ସୁଦ୍ଧା ବାଲେଶ୍ୱର, ବରଗଡ଼, ଭଦ୍ରକ, ବଲାଙ୍ଗିର, କଟକ, ଢେଙ୍କାନାଲ, ଗଞ୍ଜାମ, ଗଜପତି, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା ଏବଂ ପୁରୀ ଜିଲ୍ଲାରେ ବର୍ଷା ହେବାର ସମ୍ଭବନା ରହିଛି।

କିଛି ସ୍ଥାନରେ ମୂଷଳ ଧାରାରେ ବର୍ଷା ହେବାକୁ ଥିବା ବେଳେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

Comment