ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବନୀକରଣ ପାଇଁ କେନ୍ଦ୍ର ସରକାର ଗୁରୁବାର ୫ ହଜାର ୯୩୩ କୋଟି ଟଙ୍କା ଦେଇଛନ୍ତି। ଏହି ଟଙ୍କାରେ ରାଜ୍ୟରେ ବନୀକରଣ କାର୍ଯ୍ୟକୁ ଜୋରଦାର କରାଯିବ।

ବନୀକରଣ ପାଇଁ ଓଡ଼ିଶାକୁ ସର୍ବାଧିକ ଟଙ୍କା ମିଳିଥିବା ବେଳେ ପଡ଼ୋଶୀ ଛତିଶଗଡ଼କୁ ୫ ହଜାର ୭୯୧ କୋଟି ୭୦ ଲକ୍ଷ ଟଙ୍କା ମିଳିଛି। ମଧ୍ୟପ୍ରଦେଶ ପାଇଁ ୫ ହଜାର ୧୯୬ କୋଟି ୬୯ ଲକ୍ଷ ଟଙ୍କା ଦିଆଯାଇଛି।

ବନୀକରଣ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବ୍‌ଡେକର ୨୭ଟି ରାଜ୍ୟକୁ ୪୭ ହଜାର ୪୩୬ କୋଟି ଟଙ୍କା ଦେଇଛନ୍ତି।

Comment