ଓଡ଼ିଶାଲାଇଭ ବ୍ୟୁରୋ

ମହଙ୍ଗା ପଡ଼ିଲା ପୋଲିସ ବାବୁଙ୍କ ଦବଙ୍ଗଗିରି। ଜଣେ ଯୁବକଙ୍କୁ ମାଡ଼ ମାରିବା ପରେ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ। କନେଷ୍ଟବଳ ରଞ୍ଜନ ମହାପାତ୍ର ଜଣେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବାର ଏକ ଭିଡ଼ିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ଏସପି।

ବୁଧବାର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ୩ଜଣ ଯୁବକ ଏକ ସ୍କୁଲ ପାଖରେ ଛିଡ଼ା ହୋଇ କମେଣ୍ଟ ମାରୁଥିବା ଅଭିଯୋଗ ପାଇବା ପରେ ପିସିଆର ଭ୍ୟାନ ସେଠାରେ ପହଞ୍ଚିଥିଲା। ତେବେ ଜଣେ ସାଧାପୋଷାକ ଧାରି ପୋଲିସ ଜଣେ ଯୁବକଙ୍କୁ ଏକ ମୋଟା ପ୍ଲାଷ୍ଟିକ ପାଇପରେ ନିସ୍ତୁକ ମାଡ଼ ମାରିଥିଲେ।

ତେବେ ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବର୍ତ୍ତମାନ ମାଡ଼ ମାରିଥିବା କନେଷ୍ଟବଳଙ୍କୁ ଜିଲ୍ଲା ଏସପି ନିଲମ୍ଵନ କରିଛନ୍ତି। ଏହାସହ ୩ଜଣ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି।

Comment