ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଏମାର ମଠ ଭଙ୍ଗା ହେବା ବେଳେ ଯେଉଁ ରହସ୍ୟମୟ ଭୂତଳ କୋଠରୀ ବିଷୟରେ ଆଲୋଚନା ଚାଲିଥିଲା, ସେମିତି କିଛି ନାହିଁ। ସେଇଟା ଖାଲି ଗୁଜବ ବୋଲି ବର୍ତ୍ତମାନ ଜଣାପଡ଼ିଛି।

ଗତକାଲି ଏମାର ମଠ ଉଚ୍ଛେଦ ସମୟରେ ଏକ ଭୂତଳ ଘର ଠାବ ହୋଇଥିଲା। ମଠ ମଧ୍ୟରେ ଏଭଳି ବିଲୁପ୍ତ କୋଠରୀ ବାହାରିବା ପରେ ଏହାକୁ ନେଇ ସମସ୍ତଙ୍କ ମନରେ ନାନାଦି ପ୍ରଶ୍ନ ଉଙ୍କି ମାରିଥିଲା। ଏହା ୧୦୦ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଥିଲା। କେହି କେହି ଏହି ଭୂତଳ ଘରେ ଖାଦ୍ୟଶସ୍ୟ ସହ ଅତ୍ୟାବଶ୍ୟକ ସମାଗ୍ରୀ ଗଚ୍ଛିତ ରଖାଯାଉଥିବା ଚର୍ଚ୍ଚା ମଧ୍ୟ ହେଉଥିଲା। ଯେହେତୁ ଏହି ଭୂତଳ ଘର ପରିତ୍ୟାକ୍ତ ଅବସ୍ଥାରେ ପଡ଼ିଥିଲା ସାପ ଥିବା ଡରରେ ସ୍ନେକ୍‌ ହେଲ୍ପ ଲାଇନ୍‌ ଯାଇ ସର୍ଚ୍ଚ ମଧ୍ୟ କରିଥିଲା।

ବାସ୍ତବିକ୍‌ ସେଭଳି କୌଣସି ଭୂତଳ ଘର ନାହିଁ। ସେଗୁଡ଼ା ସବୁ ପ୍ରାଚୀନ କୋଠା। ଏହାର ନିର୍ଦ୍ଦିଷ୍ଟ ଭାବେ କେବେ ତିଆରି ହୋଇଥିଲା କାହା ପାଖରେ ଖବର ନାହିଁ। ୧୦୦ରୁ ଅଧିକ ବର୍ଷର କୋଠୀ ବୋଲି ସମସ୍ତେ ଅନୁମାନ କରୁଛନ୍ତି। ତେଣୁ ଏଭଳି ପ୍ରାଚୀନ କୋଠାଗୁଡ଼ିକ ପୁରାତନ ଢାଞ୍ଚାରେ ନିର୍ମାଣ ହୋଇଥିଲା।

ପୁରାତନ ଢାଞ୍ଚାରେ ନିର୍ମାଣ କୋଠାମାନଙ୍କରେ ଅମାର ଥାଏ। ଦୁଇ ତିନି ସ୍ତରର ଅମାର ମଧ୍ୟ ତିଆରି ହୋଇଥାଏ। ଦୀର୍ଘ ବର୍ଷ ପରେ ଅର୍ଥାତ୍‌ ବର୍ତ୍ତମାନ ରାସ୍ତା ଉଚ୍ଚତା ବଢ଼ିଥିବାରୁ ଏହି କୋଠା ମାଟି ତଳକୁ ଚାଲିଯାଇଛି। ଯାହାକୁ ଭୂତଳ ଘର ବୋଲି ଆଲୋଚନା ହେଉଛି।

Comment