ଓଡ଼ିଶାଲାଇଭ ବ୍ୟୁରୋ

ଆଜି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ତିନି ରଥ ତାଳଧ୍ଵଜ, ଦର୍ପଦଳନ ଏବଂ ନନ୍ଦିଘୋଷରେ ବାହାରିଛନ୍ତି ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ। ରଥଯାତ୍ରା ଅବସରରେ ଜାଣନ୍ତୁ, ଏହି ତିନି ରଥ ବିଷୟରେ କିଛି ଅଜଣା ତଥ୍ୟ।ତାଳଧ୍ୱଜ ରଥ

ଶ୍ରୀ ବଳଭଦ୍ରଙ୍କ ରଥ ତାଳଧ୍ୱଜ ନାମରେ ପରିଚିତ। ଏହାର ଉଚ୍ଚତା ୪୩ ଫୁଟ୍ ୩ଇଞ୍ଚ ଅଟେ। ୧୪ଟି ଚକ ଏବଂ  ୭୬୩ ଖଣ୍ଡ କାଠରେ ତିଆରି ହୋଇଥାଏ ତାଳଧ୍ୱଜ ରଥ। ଏହି ରଥର ରଙ୍ଗ ନାଲି ଓ ସବୁଜ ରଙ୍ଗର ହୋଇଥାଏ। ତାଳଧ୍ୱଜ ରଥର ସାରଥୀଙ୍କ ନାମ ହେଉଛି ଦାରୁକ। ଏହି ରଥର ଦଉଡ଼ି ବାସୁକୀ ନାମରେ ପରିଚିତ। ତାଳଧ୍ୱଜ ରଥର ନେତର ନାଁ ଉନ୍ନାନି ହୋଇଥିବାବେଳେ ଏହାର ରକ୍ଷକ ହେଉଛନ୍ତି ବାସୁଦେବ। ରଥଯାତ୍ରାରେ ସର୍ବପ୍ରଥମେ ତାଳଧ୍ୱଜ ରଥକୁ ଟଣା ଯାଇଥାଏ।ଦର୍ପଦଳନ ରଥ  

ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ବା ଦେବଦଳନ ନାମରେ ପରିଚିତ। ଏହାର ଉଚ୍ଚତା ୪୨ ଫୁଟ୍ ୩ ଇଞ୍ଚ। ୧୨ଟି ଚକ ଏବଂ ୫୯୩ ଖଣ୍ଡ କାଠରେ ଏହି ରଥ ତିଆରି ହୋଇଥାଏ। ଏହି ରଥର ରଙ୍ଗ ନାଲି ଓ କଳା। ଦର୍ପଦଳନ ରଥର ସାରଥୀଙ୍କ ନାମ ଅର୍ଜୁନ ଏବଂ ରଥ ଦଉଡି ସ୍ୱର୍ଣ୍ଣଚୁଡ଼ ନାମରେ ପରିଚିତ। ଦର୍ପଦଳନ ରଥର ନେତର ନାଁ ନାଦମ୍ବିକା ହୋଇଥିବାବେଳେ ଏହାର ରକ୍ଷକ ହେଉଛନ୍ତି ଜୟଦୁର୍ଗା। ବଡ଼ଭାଇ ବଳଳଭଦ୍ରଙ୍କ ତାଳଧ୍ୱଜ ରଥପରେ ଦର୍ପଦଳନ ରଥ ଟଣା ହୋଇଥାଏ। ନନ୍ଦିଘୋଷ ରଥ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ନନ୍ଦିଘୋଷ ରଥ। ଏହାର ଉଚ୍ଚତା ୪୪ ଫୁଟ୍ ୨ ଇଞ୍ଚ ଅଟେ। ୧୬ଟି ଚକ ଏବଂ ୮୩୨ ଖଣ୍ଡ କାଠରେ ତିଆରି ହୋଇଥାଏ ନନ୍ଦିଘୋଷ ରଥ। ଏହି ରଥ ନାଲି ଓ ହଳଦୀ ରଙ୍ଗର ହୋଇଥାଏ। ନନ୍ଦିଘୋଷ ରଥର ସାରଥୀଙ୍କ ନାମ ମାତଳୀ  ଏବଂ ରଥ ଦଉଡି ଶଙ୍ଖଚୁଡ଼ ନାମରେ ପରିଚିତ। ସେହିପରି ନନ୍ଦିଘୋଷ ରଥର ଧ୍ୱଜାର ନାଁ ତ୍ରୈଲୋକ୍ୟ ମାହିନୀ ହୋଇଥିବାବେଳେ ଏହାର ରକ୍ଷକ ହେଉଛନ୍ତି ଗରୁଡ଼। ରଥଯାତ୍ରାରେ ସବା ଶେଷରେ ନନ୍ଦିଘୋଷ ରଥକୁ ଟଣା ଯାଇଥାଏ।

Comment