ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ପୁରୀ ଗଜପତିଙ୍କ ଛେରାପହଁରା। ଆଜି ଏହି ନୀତି ସମାପନ କରିବାକୁ ରାଜନଅରରୁ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ତାମଯାନରେ ବସି ଗଜପତି ରଥପାଖକୁ ଆସିଥିଲେ। ବର୍ତ୍ତମାନ ଏହି ଛେରାପହଁରା ନୀତି ସମ୍ପର୍ଣ୍ଣ ହୋଇଛି।ରାଜା ବେଶରେ ରଥ ଉପରେ ଛେରାପହଁରା କରିଛନ୍ତି ଗଜପତି ମହାରାଜ। ପ୍ରଥମେ ତାଳଧ୍ୱଜ ରଥରେ ଚଢ଼ି ସୁବାସିତ ଜଳ ସିଞ୍ଚନ କରିଥିଲେ ମହାରାଜା ଦିବ୍ୟସିଂହ ଦେବ ଓ ପରେ ସୁନା ଖଡ଼ିକା ଛେରାପହଁରା କରିଥିଲେ। ସେହିପରି ଭାବରେ ଗୋଟିଏ ପରେ ଗୋଟିଏ ରଥରେ ଚଢ଼ି ଛେରା ପହଁରା କରିଥିଲେ ମହାରାଜା।ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ସରିବାପରେ ରଥଟଣା ଆରମ୍ଭ ହେବା କାର୍ଯ୍ୟ ରହିଛି। ରଥଯାତ୍ରା ପାଇଁ ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ ୧୨.୪୫ରୁ ଅପରାହ୍ଣ ୨ଟା ମଧ୍ୟରେ ଛେରା ପହଁରା ନୀତି ହେବାର ବ୍ୟବସ୍ଥା ରହିଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ନୀତି ସମ୍ପର୍ଣ୍ଣ ହୋଇଛି। ତେଣୁ ଏହାକୁ ଆଧାର କରି ଅନୁମାନ କରାଯାଉଛି ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ଆରମ୍ଭ ହେବ।

Comment