ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାସନ କାର୍ଡ ସହ ଆଧାର ସଂଯୋଗର ଅବଧି ବୃଦ୍ଧି – ସେପ୍ଟେମ୍ବର ୧୫ ଯାଏଁ କରିପାରିବେ ଆଧାର ଲିଙ୍କ।

ରାଜ୍ୟ ସରକାର ରାସନ କାର୍ଡ ସହ ଆଧାର ସଂଯୋଗର ଅବଧିକୁ ବଢ଼ାଇଛନ୍ତି। ଏବେ ସେପ୍ଟେମ୍ବର ୧୫ ଯାଏଁ ରାସନ କାର୍ଡ ସହ ଆଧାର ଲିଙ୍କ କରାଇ ପାରିବେ।

ରାସନ କାର୍ଡ ସହ ଆଧାର ସଂଯୋଗର ଶେଷ ତାରିଖ ଆଜି ଧାର୍ଯ୍ୟ ଥିଲା। ତେବେ ଏହାର ସମୟ ଆଉ ୧୫ ଦିନ ବୃଦ୍ଧି କରାଇ ସେପ୍ଟେମ୍ବର ୧୫ ଯାଏଁ ଧାର୍ଯ୍ୟ କରାଯାଇଛି। ଏନେଇ ଶନିବାର ସରକାର ଘୋଷଣା କରିଛନ୍ତି।

ଖରିଫ୍‌ ଋତୁରେ ଧାନ ବିକ୍ରୟ ଲାଗି ଚାଷୀ ପଞ୍ଜୀକରଣର ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ଆସନ୍ତା ସେପ୍ଟେମ୍ବର ୧୦ ଯାଏଁ ବଢ଼ିଲା ଚାଷୀ ପଞ୍ଜୀକରଣର ଅବଧି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।

Comment