ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱିସ୍‌ ବ୍ୟାଙ୍କରେ କେଉଁ ଭାରତୀୟଙ୍କ ଆକାଉଣ୍ଟ ଅଛି? ଭାରତକୁ ଏହାର ତାଲିକା ଦେବ ସ୍ୱିସ୍‌ ବ୍ୟାଙ୍କ। ଏନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି।

ସିବିଡିଟି ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବର ମାସରେ ସ୍ୱିସ୍‌ ବ୍ୟାଙ୍କରେ ଗୋପନୀୟତାର ଯୁଗ ଶେଷ ହେବାକୁ ଯାଉଛି। କଳାଧନ ବିରୋଧରେ କେନ୍ଦ୍ର ସରକାର ଯେଉଁ ଲଢ଼େଇ କରୁଥିଲେ ତାର ସଫଳତା ମିଳିବାକୁ ଯାଉଛି।

ଗତ ୨୯ରେ ସ୍ୱିଜରଲାଣ୍ଡର ଏକ ପ୍ରତିନିଧି ମଣ୍ଡଳୀ ଭାରତ ଆସିଥିଲେ। ସେମାନେ ରାଜସ୍ୱ ସଚିବ ଏ ବି ପାଣ୍ତେ, ସିବିଡିଟି ବୋର୍ଡ ଅଧ୍ୟକ୍ଷ ପିସି ମୋଦି ଏବଂ ସଦସ୍ୟ ଅଖିଳେଶ ରଞ୍ଜନ ସିଂହଙ୍କ ସହ ବୈଠକ କରିଥିଲେ। କଳାଧନ ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା।

ମୋଦି ସରକାର କ୍ଷମତାକୁ ଆସିବା ଦିନରୁ କଳାଧନ ଜମାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା କଥା କହୁଥିଲେ। ସ୍ୱିସ୍‌ ବ୍ୟାଙ୍କରୁ କଳାଧନ ଆଣିବା ପାଇଁ ମୋଦି ସରକାର ଦୃଢ଼ ପଦକ୍ଷେପ ନେଇଥିଲେ। ଏହାର ସଫଳତା ଏବେ ମିଳିବାକୁ ଯାଉଛି ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି।

Comment