ଓଡ଼ିଶାଲାଇଭ ବ୍ୟୁରୋ

ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ଏଣ୍ଟରପ୍ରିନିୟର ବିଭାଗ ‘ଏକ୍ସସିଡ୍‌’ର ବାର୍ଷିକ ବାଣିଜ୍ୟିକ ସମ୍ମିଳନୀ ‘କିକ୍‌ ସ୍ଟାର୍ଟ-୨୦୧୯’ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଉସ୍ତ୍ରା ଓ ହ୍ୟାପିଲି ଅନମ୍ୟାରେଡରେ ପ୍ରତିଷ୍ଠାତା ରଜତ ତୁଲି, କ୍ଲିୟର ଦେଖାର ପ୍ରତିଷ୍ଠାତା ସୌରଭ ଦୟାଲ ଓ ଆହରଣ ନିର୍ଦ୍ଦେଶକ କୁମାରୀ ସିନି ମହାନ୍ତି ଉପସ୍ଥିତ ରହିଥିଲେ।

ପ୍ରଥମ ବକ୍ତା ଭାବେ ଯୋଗ ଦେଇ ସୌରଭ ଦୟାଲ ନିଜର ଜୀବନ କାହାଣୀ ଏବଂ କ୍ଲିୟରଦେଖୋ କିଭଳି ମାତ୍ର ୩ବର୍ଷରେ ୫୦ଟି ଖୁଚୁରା ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା କରିବାରେ ସକ୍ଷମ ହୋଇ ପାରିଥିଲା ତାହା କହିଥିଲେ। ଦ୍ଵିତୀୟ ବକ୍ତା ଭାବେ ରଜତ ତୁଲି ତାଙ୍କ ନିଜ ସଂଗଠନ ‘ହ୍ୟାପିଲି ଅନମ୍ୟାରେଡ’ ଏବଂ ଉସ୍ତ୍ରାର ପ୍ରତିଷ୍ଠା ବିଷୟରେ କହିଥିଲେ। ଏହାସହ ଛାତ୍ରଛାତ୍ରୀଙ୍କୁ ନିଜ ସଂସ୍ଥାର ପ୍ରତିଷ୍ଠାତା ହେବାକୁ ପ୍ରେରିତ କରିଥିଲେ।

ଆଲୋଚନା ଚକ୍ର ଶେଷରେ ନିର୍ଦ୍ଦେଶକ କୁମରୀ ସିନି ମହାନ୍ତି ଏବଂ ଛାତ୍ରଛାତ୍ରୀ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ବକ୍ତାମାନଙ୍କ ସହ ପାରସ୍ପରିକ ମତ ଆଦାନପ୍ରଦାନ କରିଥିଲେ। ଏହାସହ ସିନି ମହାନ୍ତି ବକ୍ତାମାନଙ୍କୁ ସ୍ମାରକୀ ପ୍ରଦାନ କରି ସମ୍ଵୋର୍ଦ୍ଧିତ କରିଥିଲେ। ସଭା ଶେଷରେ ସମିତି ଆବାହାକ ଆକାଶ ଅଗ୍ରଓ୍ଵାଲ ଧନ୍ୟବାଦ ଅର୍ପଣ କରିଥିଲେ।

Comment