ଓଡ଼ିଶାଲାଇଭ୍‌  ବ୍ୟୁରୋ

ଆଜିକାଲି ମହିଳାମାନେ ନିଜକୁ ଫିଟ୍‌ ରଖିବା ପାଇଁ ବେଶ୍ ଯତ୍ନବାନ ରହୁଛନ୍ତି। ଏଥିପାଇଁ ମହିଳାମାନେ କେତେକ ବ୍ୟାୟାମ ମଧ୍ୟ କରୁଛନ୍ତି। ହେଲେ ଆପଣ ଜାଣିଛନ୍ତି କି ଏମିତି କିଛି ବ୍ୟାୟାମ ଅଛି ଯାହା ମହିଳାଙ୍କ ପାଇଁ ବେଷ୍ଟ। ଏହି ବ୍ୟାୟମ କରିବା ଦ୍ୱାରା ମହିଳାମାନେ ନିଜକୁ ଫିଟ୍‌ ରଖିବା ସହିତ ସୁନ୍ଦର ଫିଗର ପାଇ ପାରିବେ।

ପହଁରିବା- ନିୟମିତ ଭାବେ ପହଁରିବା ଦ୍ୱାରା ଶରୀରର ସୁସ୍ଥ ରହିଥାଏ। ଶରୀରରୁ ଆଳସ୍ୟ ଦୂର ହୋଇଥାଏ। ରାତିରେ ଭଲ ନିଦ ହୋଇଥାଏ। ପହଁରିବା ଦ୍ୱାରା ଶରୀରର ସମସ୍ତ ଅଙ୍ଗ ଏଥିରେ କାମ କରିଥାଏ। ଏହା ସହ ଶରୀରର ସମସ୍ତ ଥକାପଣ ଦୂର ହୋଇଯାଇଥାଏ। ପ୍ରତିଦିନସକାଳୁ କିଛି ସମୟ ପହଁରହିବା ସ୍ୱାସ୍ଥ୍ୟ ପାଇଁ ଭଲ।

ସାଇକେଲ ଚଲାଇବା– ସାଇକେଲ ଚଲାଇବା ମଧ୍ୟ ମହିଳାଙ୍କ ପାଇଁ ବେଷ୍ଟ୍ ବ୍ୟାୟାମ। ଏହାଦ୍ୱାରା ଶରୀର ଫିଟ ରହିଥାଏ। ଓଜନ ମଧ୍ୟ କିଛି ମାତ୍ରାରେ କମି ଥାଏ।

ସ୍କିପିଙ୍ଗ୍ – ସ୍କିପିଙ୍ଗ କରିବା ମଧ୍ୟ ଭଲ ବ୍ୟାୟାମ। ଖାସକରି ମହିଳାଙ୍କ ପାଇଁ। ଏହି ବ୍ୟାୟାମ କରିବା ଦ୍ୱାରା ଶରୀରକୁ ଫୂର୍ତ୍ତି ଲାଗିଥାଏ। ଓଜନ କମାଇବା ପାଇଁ ମହିଳାମାନେ ଏହି ବ୍ୟାୟମ କରିପାରିବେ।

Comment