ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱପ୍ନ ନଗରୀ ମୁମ୍ବାଇରେ ଆଜି ଜୋରସରରେ ଚାଲିଛି। ବଲିଉଡରେ ଏମିତି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ପ୍ରତିବର୍ଷ ଏକ ଖାସ୍‌ ଅନ୍ଦାଜରେ ଏହି ପର୍ବକୁ ପାଳନ କରନ୍ତି। ସଲମାନ ଖାନ, ବିବେକ ଓବରୟ, ନାନା ପାଟେକର, ଶିଳ୍ପା ସେଟ୍ଟୀଙ୍କ ଘରେ ଗଣପତିଙ୍କର ଖାସ୍‌ ପୂଜା ଅର୍ଚ୍ଚନା କରାଯାଏ।

ସଲମାନ ଖାନଙ୍କ ଘରେ ପ୍ରତିବର୍ଷ ଗଣିପତି ବିରାଜନ୍ତି। ସଲମାନଙ୍କ ସମେତ ତାଙ୍କର ପୂରା ପରିବାର ଏହି ପୂଜାରେ ସାମିଲ ହୁଅନ୍ତି। ଅଭିନେତା ବିବେକ ଓବରାୟ ଗଣପତିଙ୍କୁ ଗଭୀର ବିଶ୍ୱାସ କରନ୍ତି। ତାଙ୍କ ଘରେ ବି ପ୍ରତିବର୍ଷ ଗଣେଶଙ୍କ ପୂଜା ହୁଏ। ଚଳିତ ବର୍ଷ ମଧ୍ୟ ବିବେକଙ୍କ ଘରେ ଧୁମଧାମରେ ପୂଜା କରାଯାଉଛି।  

ଅଭିନେତ୍ରୀ ରାନୀ ମୁଖର୍ଜୀଙ୍କ ଘରେ ବି ଗଣେଶଙ୍କ ଜନ୍ମଦିନକୁ ବିଶେଷ ଭାବେ ପୂଜା କରାଯାଏ। ରାନୀ ତାଙ୍କ ସଫଳତା ପାଇଁ  ଗଣିପତିଙ୍କୁ ସବୁବେଳେ ଧନ୍ୟବାଦ ଦେଇଥାନ୍ତି।

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ବି ଧୁମ୍‌ଧାମରେ ଗଣେଶ ଚତୁର୍ଥୀ ପାଳନ କରନ୍ତି। ଗଣେଶଙ୍କ ବିସର୍ଜନ ଦିନ ଶିଳ୍ପାଙ୍କ ଡ୍ୟାନ୍ସ ଚର୍ଚ୍ଚାରେ ରହିଥାଏ।

ସେହିପରି ଶ୍ରଦ୍ଧା କପୁର, ତୁଷାର କପୁର ମଧ୍ୟ ଖରସ ଢଙ୍ଗରେ ଗଣପତିଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି।

LEAVE A REPLY

Please enter your comment!
Please enter your name here