ଓଡ଼ିଶାଲାଇଭ ବ୍ୟୁରୋ

ଟିମ୍ ଇଣ୍ଡିଆର ଷ୍ଟାର ପେସ ବୋଲର ମହମ୍ମଦ ସାମିଙ୍କ ନାଁରେ ଗିରଫ ଓ୍ଵାରେଣ୍ଟ ଜାରି ହୋଇଛି। ୧୫ ଦିନ ଭିତରେ ସାମିଙ୍କୁ ଆତ୍ମସମର୍ପଣ କରିବାକୁ କୋର୍ଟ ସମୟ ଦେଇଛନ୍ତି। ଯଦି ଆତ୍ମ ସମର୍ପଣ ନକରନ୍ତି ତେବେ ତାଙ୍କୁ ଗିରଫ କରାଯିବ।
ପୂର୍ବରୁ ସାମିଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ପତ୍ନୀ ହସିନା ଜାହାଁ। ସାମିଙ୍କ ବିରୋଧରେ ହସିନା ଥାନାରେ ଦୁଷ୍କର୍ମ, ମାରପିଟ ଓ ଘରୋଇ ହିଂସା ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ହସିନାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଦୁଇଜଣଙ୍କ ଛାଡ଼ପତ୍ର ମାମଲା ମଧ୍ୟ କୋର୍ଟରେ ଚାଲିଛି।
ଗତ ବର୍ଷ ହସିନାଙ୍କ ଅଭିଯୋଗ ପରେ ସାମିଙ୍କ ବିରୋଧରେ ଆଇପିସି ଧାରା ୭ ଅନୁସାରେ ମାମଲା ରୁଜୁ ହୋଇଥିଲା। ଆଇପିସି ଧାରା ୪୯୮ ଏ(ଯୌତୁକ ନିର୍ଯ୍ୟାତନା), ଧାରା ୩୫୪(ଯୌନ ନିର୍ଯ୍ୟାତନ) ଅନୁସାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ପଶ୍ଚିମବଙ୍ଗ କୋର୍ଟ ୧୫ ଦିନ ଭିତର ତାଙ୍କୁ ଆତ୍ମସମର୍ପଣ କରିବାକୁ ସମୟ ଦେଇଛନ୍ତି। ଯଦି ସେ ଆତ୍ମସମର୍ପଣ ନକରନ୍ତି ତେବେ ତାଙ୍କୁ ଗିରଫ କରିବାକୁ କୋଲକତା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।
ମହମ୍ମଦ ସାମି ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳ ସହ ଟେଷ୍ଟ ସିରିଜ ପାଇଁ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ରହିଛନ୍ତି।


















