ଓଡ଼ିଶାଲାଇଭ୍ ବ୍ୟୁରୋ

ସାନିଆ ମିର୍ଜାଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୋଏବ ମଲିକ। ତୃତୀୟ ଥର ପାଇଁ ସୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ନିଜ ଜୀବନ ସାଥୀ କରିଛନ୍ତି।

ସୋଏବ ମଲିକଙ୍କର ଏହା ତୃତୀୟ ବିବାହ ହୋଇଥିବାବେଳେ ସନାଙ୍କର ଏହା ଦ୍ଵିତୀୟ ବିବାହ। ଅଭିନେତ୍ରୀ ସନା ଜାଭେଦ ୨୦୨୦ ମସିହାରେ ଉମୈର ଜୈସଓ୍ଵାଲଙ୍କୁ ବିବାହ କରିଥିଲେ। କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ପରସ୍ପରଠାରୁ ଦୁହେଁ ଅଲଗା ହୋଇଯାଇଥିଲେ।

ଗତ ବର୍ଷ ସାନିଆ ଏବଂ ସୋଏବଙ୍କ ବିବାହ ବିଚ୍ଛେଦ ନେଇ ସୋସିଆଲ ମିଡିଆରେ ଜୋରସୋର ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହାକୁ ଏକ ପ୍ରମୋସନାଲ ଷ୍ଟଣ୍ଟ କହି ଏଡ଼ାଇ ଦେଇଥିଲେ ଉଭୟ ସାନିଆ ଓ ସୋଏବ।

କିନ୍ତୁ ଜାନୁଆରି ମାସରେ ସାନିଆ ମିର୍ଜା ନିଜ ସୋସିଆଲ ମିଡିଆ ଆକାଣ୍ଟରେ ଲେଖିଥିଲେ, ‘ଯଦି କେହି ତୁମ ହୃଦୟର ନିରବତାକୁ ଭଙ୍ଗ କରେ, ତାକୁ ଯିବାକୁ ଦିଅ।’

ସାନିଆଙ୍କର ଏଭଳି ପୋଷ୍ଟକୁ ନେଇ ସେମାନଙ୍କ ବୈବାହିକ ସମ୍ପର୍କରେ ଝଡ଼ ଉଠିଥିବା ଆଶଙ୍କା କରାଯାଉଥିଲା।

Tags: #SaniaMirza #ShoaibMalik #ShoaibmarrytoSanaJaved #Pakistan #CelebrityCouple #Cricketer

LEAVE A REPLY

Please enter your comment!
Please enter your name here