ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମର ମ୍ୟାନେଜର ହୋଇଛନ୍ତି ଓଡ଼ିଶାର ସତବୀର ସିଂ ରିୟର। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଟେଷ୍ଟ ସିରିଜ୍ ପାଇଁ ତାଙ୍କୁ ଟିମ ଇଣ୍ଡିଆର ମ୍ୟାନେଜର ପଦ ପାଇଁ ବିସିସିଆଇ ପକ୍ଷରୁ ମନୋନୀତ କରାଯାଇଛି। ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତୀୟ ଦଳ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ଏହି ସମୟରେ ସତବୀର ସିଂ ରିୟର ଟିମ ଇଣ୍ଡିଆର ପରିଚାଳନାର ସବୁ ଦାୟିତ୍ଵ ତୁଳାଇବେ।    

ଓଡ଼ିଶାର ମାଲକାନଗିରି ଜିଲ୍ଲାର ସତବୀର ସିଂ ରିୟର ଜଣେ ଫର୍ମାସି ଅଧିକାରୀ ହୋଇଥିଲେ ମଧ୍ୟ କ୍ରିକେଟ ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଛି। ସେ ଓସିଏର ଜଣେ ସଦସ୍ୟ ଥିବା ସହ ପୂର୍ବରୁ ଅନେକ ଟିମ୍ ଓ ଟୁର୍ଣ୍ଣାମେଣ୍ଟର ମ୍ୟାନେଜର ଦାୟିତ୍ଵ ତୁଲାଇଛନ୍ତି।   

ସତବୀର ପୂର୍ବରୁ ଓଡ଼ିଶାର ୧୬ ବର୍ଷରୁ କମ୍, ୧୯ ବର୍ଷରୁ କମ୍ ଦଳ ସହ ରଣଜୀ ଟ୍ରଫି ଟିମର ମ୍ୟାନେଜର ପଦ ସମ୍ଭାଳିଥିଲେ। ଏବେ ସେ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ହୋଇ ଓଡ଼ିଶାକୁ ଗର୍ବିତ କରିଛନ୍ତି।       

Tags: #SatbirSinghRiar #Manager #IndianCricketTeam #IndiavsSouthAfrica #TestSeries #BCCI   

Comment