ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ଅଧିନାୟକ ମିତାଲି ରାଜ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି। ୨୦୨୧ ବିଶ୍ୱକପ ପାଇଁ ଫୋକସ୍‌ କରିବାକୁ ଯାଇ ମିତାଲି ଟି-୨୦ରୁ ଅବସର ନେଉଥିବା ଘୋଷଣା କରିଛନ୍ତି।

୩୬ ବର୍ଷିୟା ମିତାଲି ଟିମ୍‌ ୩୨ଟି ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ରହିଛନ୍ତି। ଏହା ମଧ୍ୟରେ ୨୦୧୨, ୨୦୧୪ ଏବଂ ୨୦୧୬ ବିଶ୍ୱକପ ସାମିଲ ରହିଛି।

୧୯୯୯ ମସିହାରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ମିତାଲି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ଟି-୨୦ କ୍ରିକେଟ୍‌ ଫର୍ମାଟ୍‌ରେ ମିତାଲି ଏପର୍ଯ୍ୟନ୍ତ ୮୯ଟି ମ୍ୟାଚ୍‌ ଖେଳି ମୋଟ ୨୩୬୪ ରନ୍‌ ସଂଗ୍ରହ କରିଛନ୍ତି। ଟି-୨୦ରେ ତାଙ୍କର ସର୍ବୋଚ୍ଚ ସ୍କୋର ରହିଛି ୯୭(ଅପରାଜିତ)।

ଟି-୨୦ କ୍ରିକେଟ୍‌ ଇତିହାସରେ ୨ ହଜାର ରନ୍‌ ପୂରଣ କରିବାରେ ମିତାଲି ରାଜ ପ୍ରଥମ ଭାରତୀୟ କ୍ରିକେଟର ହୋଇପାରିଛନ୍ତି।

ଅବସରକୁ ନେଇ ମିତାଲି କହିଛନ୍ତି, “ଦେଶ ପାଇଁ ବିଶ୍ୱକପ୍ ଜିତିବା ମୋର ସ୍ୱପ୍ନ। ଏଥିପାଇଁ ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବି। ୨୦୨୧ ବିଶ୍ୱକପକୁ ଫୋକସ୍‌ କରି ମୁଁ ଟି-୨୦ କ୍ରିକେଟ୍‌ର ଅବସର ନେଉଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଟି-୨୦ ମ୍ୟାଚ୍‌ ପାଇଁ ମୁଁ ଦଳକୁ ଶୁଭକାମନା ଜଣାଉଛି।”

LEAVE A REPLY

Please enter your comment!
Please enter your name here