ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ରାନୁମଣ୍ଡଳଙ୍କ କଣ୍ଠର ଗୀତ। ଲଗାତାର ତୃତୀୟ ଥର ପାଇଁ ହିମେଶଙ୍କ ସହ ଗୀତ ଗାଉଛନ୍ତି ରାନୁ ମଣ୍ଡଳ।

ହିମେଶଙ୍କ ଆଗାମୀ ଫିଲ୍ମର ଗୀତ ପାଇଁ ପୁଣିଥରେ କଣ୍ଠଦାନ କରିଛନ୍ତି ରାନୁ ମଣ୍ଡଳ। ଏଥର ‘ଆଶିକ୍ ମେ ତେରୀ’ ଗୀତ ଗାଇ ପୁଣି ଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ରାନୁ। ହିମେଶଙ୍କ ଲୋକପ୍ରିୟ ଗୀତ ‘ଆଶିକ୍ ମେ ତେରୀ’ର ନୂଆ ଭର୍ସନରେ ଗୀତ ଗାଇଛନ୍ତି ରାନୁମଣ୍ଡଳ। ଏହି ଗୀତରେ ମଧ୍ୟ ରାନୁଙ୍କ ସହ ଗୀତ ଗାଉଛନ୍ତି ନିଜେ ହିମେଶ ରେଶମିଆଁ।

ଏହି ନୂଆ ଗୀତଟିକୁ ନିଜର ସୋସିଆଲ ସାଇଟରେ ଛାଡି ଏ ବିଷୟରେ ସୂଚନା ଦେଇଛନ୍ତି ନିଜେ ହିମେଶ। ସେ ଏହି ଗୀତଟି ଛାଡି  ପୋଷ୍ଟରେ ଲେଖିଛନ୍ତି ‘ “ନୂଆ ଗୀତର ପ୍ରଡକସନ୍ କାମ ଚାଲିଛି। ଏ କେବଳ ଗୋଟିଏ ଝଲକ। ଆପଣ ସମସ୍ତଙ୍କୁ ଧନ୍ୟବାଦ ଆପଣ ମାନଙ୍କ ପାଇଁ ରାନୁଙ୍କର ମୁହଁରେ ହସ ଫେରିଆସିଛି। ଏହାସହ ସବୁ ଗୀତ ସହ ରାନୁଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢୁଛି ।”

ରେଳ ଷ୍ଟେସନରୁ ନିଜର ନିଆରା କଣ୍ଠପାଇଁ ରାତାରାତି ସୋସିଆଲ ମିଡ଼ିଆରେ ଷ୍ଟାର ପାଲଟି ଯାଇଥିଲେ ରାନୁମଣ୍ଡଳ। ଏହାପରେ ହିମେଶଙ୍କ ସହ ଗୀତ ଗାଇ ପୁଣିଥରେ ଚର୍ଚ୍ଚାକୁ ଆସିଥିଲେ ରାନୁ। ବର୍ତ୍ତମାନ ତାଙ୍କର ଏହି ନୂଆ ଭିଡ଼ିଓଟି ପୁଣି ଚର୍ଚ୍ଚାର କାରଣ ପାଲିଟିଛି।

Comment