ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଭାରତୀୟ ଅଧିନାୟକଙ୍କ ସ୍ଥାନ ଛଡେଇନେଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍। ନୂଆକରି ପ୍ରକାଶ ପାଇଥିବା ପୁରୁଷ ଟେଷ୍ଟ ରାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି ଷ୍ଟିଭ୍ ସ୍ମିଥ୍। ଗତ ଏକବର୍ଷ ଧରି ଏହି ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ରହିଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି।

ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ନୂଆ ରାଙ୍କିଙ୍ଗରେ ଷ୍ଟିଭ୍ ସ୍ମିଥ୍ ମୋଟ୍ ୯୦୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛନ୍ତି। ତାଙ୍କ ପରେ ୯୦୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି।

ବଲ ଟାମ୍ପରିଂ ମାମଲାରେ ଏକବର୍ଷ ପାଇଁ କ୍ରିକେଟରୁ ବ୍ୟାନ ଥିବା ଷ୍ଟିଭ୍ ସ୍ମିଥ୍ ଚଳିତ ଆଶେସ୍ ସିରିଜରେ ଦମଦାର ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ବିରାଟ କୋହଲି ଚଳିତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ସେଭଳି ଆଖିଦୃର୍ଶିଆ ପ୍ରଦର୍ଶନ କରିପାରିନାହାନ୍ତି। ଯାହା ଫଳରେ ସ୍ମିଥ୍‌ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି।

ସେହିପରି ଟପ ଟେନ୍‌ର ଚତୁର୍ଥ ସ୍ଥାନରେ ରହିଛନ୍ତି ଚିତେଶ୍ୱର ପୁଜାରା, ସପ୍ତମ ସ୍ଥାନରେ ରାହାଣେ ରହିଛନ୍ତି। ତାଙ୍କ ସହ ହନୁମା ବିହାରୀ ୪୦ ରାଙ୍କ୍‌ରୁ ଉଠି ସିଧା ୩୦ତମ ସ୍ଥାନରେ ପହଞ୍ଚିଯାଇଛନ୍ତି।

ଅନ୍ୟପକ୍ଷରେ ବୋଲିଂ ରାଙ୍କ୍‌ରେ ଜଶପ୍ରୀତ୍ ବୁମ୍ରା ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ସହ ରବୀନ୍ଦ୍ର ଜାଡେଜା ୧୧ତମ ସ୍ଥାନରେ ରହିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୧୪ତମ ସ୍ଥାନରେ ଅଛନ୍ତି।

Comment