ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ନିର୍ଦ୍ଦେଶିତ ହିଷ୍ଟୋରିକାଲ୍ ଡ୍ରାମା ଫିଲ୍ମରେ ‘ପୃଥ୍ୱୀରାଜ ଚୌହାନ୍’ ଅକ୍ଷୟଙ୍କ ବିପକ୍ଷରେ ନାୟିକା ରହିବେ ବିଶ୍ୱସୁନ୍ଦରୀ ମାନୁଷି ଚିଲ୍ଲର୍। ଏଥିରେ ମାନୁଷିଙ୍କୁ ରାଣୀ ସହିଁୟୋଗିତାଙ୍କ ଭୂମିକାରେ ଦେଖିବାକୁ ମିଳିବ। ସିନେମାଟିର ପ୍ରଯୋଜନା କରିବେ ୟଶ୍ ରାଜ୍ ଫିଲ୍ମସ୍।

ବିଶ୍ୱ ସୁନ୍ଦରୀ ମାନୁଷିଙ୍କ ଏହା ପ୍ରଥମ ବଲିଉଡ୍ ଡେବ୍ୟୁଟ୍। କୁହାଯାଉଛି କି ଫାରହା ଖାନ୍ ଙ୍କ ଫିଲ୍ମରେ ମାନୁଷି ବଲିଉଡ୍ ଡେବ୍ୟୁ କରିବେ। କିନ୍ତୁ ପରିଶେଷରେ ଅକ୍ଷୟଙ୍କ ସହିତ ରୋମାନ୍ସ କରୁଥିବା ଦେଖାଦେବେ ୨୧ ବର୍ଷୀୟା ମାନୁଷି।  ମାନୁଷି ସହିଁୟୋଗିତା ଚରିତ୍ର ପାଇଁ ଠିକ୍। ସେ ହିଁ ଏହି ଭୂମିକା ନିଖୁଣ ଭାବେ କରିପାରିବେ ବୋଲି ସିନେମା ନିର୍ଦ୍ଦଶେକ ତଥା ପ୍ରଯୋଜକ ଆଦିତ୍ୟ ଚୋପ୍ରା କହିଛନ୍ତି।

୨୦୨୦ ମାର୍ଚ୍ଚ ସୁଦ୍ଧା ସିନେମାଟି ପ୍ରେକ୍ଷାଳୟକୁ ଆସିବ ବୋଲି କୁହାଯାଉଛି। ଏହାବ୍ୟତୀତ ମାନୁଷି ଆଉ ଏକ ସିନେମା ବି କରୁଛନ୍ତି ଯେଉଁ ଥିରେ ତାଙ୍କ ବିପକ୍ଷରେ ଅଛନ୍ତି ଅଭିନେତା ରଣବୀର ସିଂ। ଏହାର ନିର୍ଦ୍ଦଶେକ ହେଉଛନ୍ତି ମନିଷ ଶର୍ମା। ହରିଆଣା ଝିଅ ମାନୁଷି ୨୦୧୭ରେ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ।

Comment