ଓଡ଼ିଶାଲାଇଭ୍ ବ୍ୟୁରୋ

ସିଙ୍ଗାପୁର ମାଡାମ ତୁଷାଦ ମ୍ୟୁଜିୟମ୍‌ରେ ଲାଗିଲା ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତି। ଏହି ଅବସରରେ ପ୍ରତିମୂର୍ତ୍ତିକୁ ଅନାବରଣ କରିବା ପାଇଁ ପହଞ୍ଚିଲେ ବୋନି କପୁର, ଜାହ୍ନବୀ ଏବଂ ଖୁସୀ କପୁର।

ବଲିଉଡ୍‌ ଫିଲ୍ମ ମିଷ୍ଟର ଇଣ୍ଡିଆର ପ୍ରସିଦ୍ଧ ଗୀତ ‘ହଓ୍ଵା ହଓ୍ଵାଇ’ରେ ଶ୍ରୀଦେବୀଙ୍କ ଲୁକ୍‌ ଭଳି ପ୍ରତିରୂପ ମହମ ପ୍ରତିମୂର୍ତ୍ତି ମାଡାମ୍‌ ତୁଷାଦରେ ନିର୍ମାଣ କରାଯାଇଛି।

ଶ୍ରୀଦେବୀଙ୍କ ଏହି ମହମ ମୂର୍ତ୍ତିକୁ ନିର୍ମାଣ କରିବାରେ ଦୀର୍ଘ ୫ ମାସ ସମୟ ଲାଗିଥିଲା। ୨୦ ଜଣିଆ ଏକ୍ସପର୍ଟ ଆର୍ଟିଷ୍ଟ ଟିମ୍‌ ଏହାକୁ ନିର୍ମାଣ କରିବା କାମରେ ଲାଗିଥିଲେ। ଏହି ଟିମ୍‌ ଶ୍ରୀଦେବୀଙ୍କ ପରିବାର ସହିତ ମିଶି ତାଙ୍କର ପୋଜ୍‌, ଏକ୍ସପ୍ରେସନ, ମେକ୍‌ଅପ୍‌ ଉପରେ ବିଶେଷ ଗବେଷଣା କରି ପାଞ୍ଚ ମାସ ସମୟ ମଧ୍ୟରେ ଏହି ମହମ ମୂର୍ତ୍ତିକୁ ତିଆରି କରିବାରେ ସକ୍ଷମ ହୋଇଛନ୍ତି।

Comment